ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି ଭାବେ ପାଳନ କରାଯାଏ। ଏଥିପାଇଁ ଗଁ।ରୁ ସହର ସବୁ ଉତ୍ସବମୁଖର ହୋଇଉଠେ। ଘରେ ଘରେ ଏବେଠାରୁ ସେଲିବ୍ରେଶନ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ପ୍ରତି ବର୍ଷ ବଲିଉଡ୍‌ରେ ବହୁ ଆଡମ୍ବରରେ ଦୀପାବଳି ପାଳନ କରାଯାଇଥାଏ। ତେଣୁ ଚଳିତ ଥର ମଧ୍ୟ କିଛି ଏଭଳି ଦେଖିବାକୁ ମିଳିବ। ଦୀପାବଳି ଅବସରରେ ବଲିଉଡ୍‌ ସେଲିବ୍ରିଟି ଅମିତାଭ ବଚ୍ଚନ, ଅନିଲ କପୁର, ସଲମାନ ଖାନ୍‌ ଓ ଶିଳ୍ପା ସେଟ୍ଟୀଙ୍କ ଘରେ ବହୁ ଆଡମ୍ବରରେ ଏହି ଉତ୍ସବ ପାଳନ କରାଯିବ।
ଅମିତାଭ ବଚ୍ଚନ: ହୋଲି ହେଉ କି ଦୀପାବଳି ବିଗ୍‌ ବିଙ୍କ ଘରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। କିଛିଦିନ ତଳେ ଅମିତାଭ ରେଗୁଲାର ଚେକ୍‌ଅପ୍‌ ପରେ ହସ୍ପିଟାଲରୁ ଫେରିଛନ୍ତି। ହେଲେ ଚଳିତ ଥର ଗ୍ରାଣ୍ଡଓ୍ବେରେ ସେ ଦୀପାବଳି ସେଲିବ୍ରେଶନ କରିବେ ବୋଲି ଶୁଣିବାକୁ ମିଳିଛି। ସେ ତାଙ୍କ ଘରେ ଏକ ବଡ଼ ପାର୍ଟିର ଆୟୋଜନ କରୁଥିବା ବେଳେ ଏଥିରେ ବଡ଼ ବଡ଼ ଷ୍ଟାର ସାମିଲ ହେବେ।
ସଲମାନ ଖାନ୍‌: ବଲିଉଡ୍‌ର ଦବଙ୍ଗ ଖାନ୍‌ ଇଦ୍‌ରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ସମସ୍ତ ପର୍ବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି। ତେବେ ଚଳିତ ଥର ତାଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ଦୀପାବଳି ସେଲିବ୍ରେସନ ରଖାଯାଇଛି। ଏହି ଅବସରରେ ସଲମାନଙ୍କ ସହ ବଲିଉଡ୍‌ର କେତେକ ସେଲିବ୍ରିଟି ମଧ୍ୟ ସାମିଲ ହେବେ।
ଅନିଲ କପୁର: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର ଓ ପରିବାର ତାଙ୍କ ଘରେ ବଡ଼ ସେଲିବ୍ରେଶନର ଆୟୋଜନ କରିଛନ୍ତି। ଏହି ଅବସରରେ ସଞ୍ଜୟ କପୁର ଓ ବୋନି କପୁରଙ୍କ ପରିବାର ସହ ଅନ୍ୟ ସେଲିବ୍ରିଟି ମଧ୍ୟ ଯୋଗ ଦେବେ।
ଶିଳ୍ପା ସେଟ୍ଟୀ: ବଲିଉଡ୍‌ରେ ଫିଟନେସ୍‌ ପାଇଁ ଜଣାଶୁଣା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଚଳିତ ଥର ତାଙ୍କ ଘରେ ଗ୍ରାଣ୍ଡଓ୍ବେରେ ଦୀପାବଳି ମନାଇବେ। ପ୍ରଥମେ ଲକ୍ଷ୍ମୀପୂଜା ପରେ ଘରେ ପାର୍ଟିର ଆୟୋଜନ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri