ନୂଆଦିଲ୍ଲୀ, ୧୯ା୫- ବଲ୍କୁ ପାଲିସ୍ କରିବା ଲାଗି ପାଟିରୁ ନିର୍ଗତ ଲାଳର ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର କ୍ରିକେଟ କମିଟି ଏଥିପାଇଁ ସୋମବାର ସୁପାରିସ କରିଛି। କୋଭିଡ୍-୧୯ ମହାମାରୀ ଯୋଗୁ ଏଭଳି ପଦକ୍ଷେପ ଜରୁରୀ ହୋଇପଡ଼ିଛି। ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଆହୁରି ମଧ୍ୟ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍ରେ ପୂର୍ବ ଭଳି ଦୁଇ ଜଣ ଅଣନିରପେକ୍ଷ ଅମ୍ପାୟର ମୁତୟନ ପାଇଁ ସୁପାରିସ ହୋଇଛି। ବିଶେଷ କରି ରେଡ୍ ବଲ୍ କ୍ରିକେଟରେ ବଲ୍କୁ ଚକ୍ ଚକ୍ କରିବା କ୍ଷେତ୍ରରେ ପାଟି ଲାଳ ବ୍ୟବହାର କରାଯାଇଥାଏ। କାରଣ ଏହା ସୁଇଙ୍ଗ ବୋଲିଂ କ୍ଷେତ୍ରରେ ସହାୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିର ଆଶଙ୍କା ଦେଖା ଦେଇଛି।