ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ ଯୁବକଙ୍କୁ କୋର୍ଟଚାଲାଣ କରିିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ଭୋଗଡ଼ା ଗ୍ରାମର ସଞ୍ଜୟ ମିଶ୍ର। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ୪ ବର୍ଷ ତଳେ ଯୁବକ ଜଣକ ଏକ ବିବାହ ଉତ୍ସବରେ ଯୁବତୀଙ୍କୁ ଭେଟିଥିଲେ। ପରେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲେ। ଗତ ଦୁଇ ସପ୍ତାହ ତଳେ ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଇବା ଫଳରେ ଯୁବତୀ ଜଣକ ଗତ ଗୁରୁବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ଉଭୟଙ୍କର ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଡାକ୍ତରୀ ମାଇନା କରାଇଥିଲା।

ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ
ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)।...

ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା
କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁର ମୁଖ୍ୟ ସଡ଼କ ଉପରେ ରବିବାର ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର
ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ...

ଏଣିକି ଜିଲାଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବ: ମୁଖ୍ୟମନ୍ତ୍ରୀ
ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁ ଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର...

୩୫୪ଜଣଙ୍କୁ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ; ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେଲେ କାର୍ଯ୍ୟାନୁଷ୍ଠାନ
ଭଞ୍ଜନଗର,୩୦।୩(ବାବୁଲା ପ୍ରଧାନ)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି...

ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ
ଛତ୍ରପୁର, ୩୦।୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କଳାହାଣ୍ତି ଭବାନୀପାଟଣା ରିସିଗାଁ ଶ୍ରୀକୃଷ୍ଣ ନଗର ପଡ଼ିଆଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ...

ଗଞ୍ଜେଇ ସିଗାରେଟ୍ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

୫ ବର୍ଷରେ ୩୫୧୬ ଅପମୃତ୍ୟୁ
ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା...