ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଯାତ୍ରୀ

କୋକସରା,୩।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ୨୬ ନଂ. ଜାତୀୟ ରାଜପଥ ସିଉନି ଗାଁ ବିଦ୍ୟାଳୟ ସାମ୍ନା ବୁଲାଣିରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ମିଳଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ଉମରକୋଟ-ରାଇଘର ଅଭିମୂଖେ ଆସୁଥିବା ଶ୍ରୀ ରଘୁନାଥ ନାମକ ଏକ ଘରୋଇ ବସ୍‌ (ନଂ.ଓଡି୦୨ଏସ୍‌-୨୯୪୮) ଶୁକ୍ରବାର ଭୋର ପ୍ରାୟ ସାଢେ ୪ଟାରେ ସିଉନି ଗାଁ ବିଦ୍ୟାଳୟ ନିକଟ ବୁଲାଣିରେ ରାସ୍ତା ତଳକୁ ଖସିଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସଗୁଡିକ ଦ୍ରୁତଗତିରେ ଦୈନିକ ଯାତାୟାତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାଘଟି ଧନ ଜୀବନ କ୍ଷୟକ୍ଷତି ହେଉଛି। ଏ ନେଇ ଆମପାଣି ଥାନା ଅଧିକାରୀ ପୁସ୍ପାଲୀ ନେଗୀଙ୍କୁ ପଚାରିବାରୁ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଅନ୍ୟ ବସ୍‌ରେ ପଠାଇ ଦିଆଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

କ୍ଷତିପୂରଣ ଦାବିରେ ୮ ଘଣ୍ଟା ଧରି ରାସ୍ତାରେ ବସିଛନ୍ତି ପରିବାର, ଥାନା ଘେରାଉ ପରେ ପୋଲିସକୁ ପଥର ମାଡ଼

ଥୁଆମୁଳ ରାମପୁର,୪।୪(ଦୁର୍ଗା କୀର୍ତ୍ତି): ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ କ୍ଷତିପୂରଣ ଦାବିରେ ଥୁଆମୂଳ ରାମପୁର ଥାନା ଘେରିବା ସହ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକେ। ଶୁକ୍ରବାର...

ଶ୍ରୀରାମ ନବମୀ ମହୋତ୍ସବ ନେଇ ତୁଟିଲାନି ବିବାଦ, ହାତ ଟେକିଦେଲେ …

କୋକସରା,୪ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରାଠାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ରରେ ୧୯୭୨ ମସିହାରୁ ଗୁଡହାଣ୍ଡି...

ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କେସିଙ୍ଗା,୪ା୪(ତୁମେଶର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ ନିକଟ ରେଳ ବ୍ରିଜ ନିକଟରେ ଶୁକ୍ରବାର ବିଶାଖାପାଟଣାରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ମାଲବାହୀ...

ଏବେ ସୋମବାର ଛାତ୍ରୀଛାତ୍ର ଖାଇବେ ଅଣ୍ଡା

ଭବାନୀପାଟଣା,୪ା୪(ଉତ୍ତମ କୁମାର ଦାଶ): ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରବହମାନ ଧାରାରେ ଶିବ ଉପାସନା ବହୁ ପ୍ରାଚୀନ। ଫଳସ୍ବରୂପ ଗାଁଠାରୁ ସହରଯାଏ ସୋମବାର ଦିନଟିକୁ ମହାପ୍ରଭୁ...

ରୋଡ଼ ଓଭର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉପକୃତ ହେବେ ଅଞ୍ଚଳବାସୀ: ସର୍ଭେ କରିବ କେନ୍ଦ୍ର

କେସିଙ୍ଗା,୩।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜାତୀୟ ରାଜପଥ ୨୬ସ୍ଥିତ ରେଲୱେ ଫାଟକ ନିକଟରେ ରାୟପୁର-ବିଶାଖାପାଟଣାକୁ ସଂଯୋଗ ହୋଇଥିବା ୩ ଲାଇନ ବିଶିଷ୍ଟ ରେଳ ଲାଇନରେ...

ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ: ଚାଷୀ ହେବେ ଉପକୃତ

ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image