କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଉପକଣ୍ଠ ଆଇଆର୍ବି ବାଟାଲିୟନଠାରେ ଗୁରୁବାର ହୋଇଥିବା ବସ, ବାଇକ ଦୁର୍ଘଟଣାରେ ମୃତ ମନୋଜ ମହାନନ୍ଦିଆ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଏ ନେଇ ବସ୍ ମାଲିକ ତଥା ଜୟପୁର ହାଇଟେକ କଲେଜ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ୪୦ ହଜାର ଟଙ୍କା ଓ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ପ୍ରତିଶ୍ରୁତି ଦେବା ପରେ ଗୁରୁବାର ରାତିରେ ରାଜପଥ ଅବରୋଧ ହଟିଥିଲା। ଜିଲା ପ୍ରଶାସନ ପକ୍ଷରୁ କୋରାପୁଟ ତହସିଲଦାର ନେହେରୁ ମାଝି ୨୦ ହଜାର ଟଙ୍କା ମନୋଜଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ଏଥିରେ କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ, ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁ, ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।
Posted inଆମ ଜିଲା ଖବର, କୋରାପୁଟ