ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସଞ୍ଜୀବ କୁମାର ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ମଧୁସ୍ମିତା ସାହୁ, ସୁସ୍ମିତା ସାହୁ ଓ ରମେଶ ସେଠୀ। ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ଅପରାହ୍ନ ସାଢ଼େ ୪ଟାରେ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ଗାଈ ହଠାତ୍‌ ଭୁବନେଶ୍ୱର ପଟେ ଯାଉଥିବା କଣ୍ଟେନର ଭ୍ୟାନ ଆଗକୁ ଚାଲିଆସିବାରୁ ଉକ୍ତ ଗାଡ଼ି ବ୍ରେକ୍‌ ମାରି ଦେଇଥିଲା। ଏହି ସମୟରେ ପଛରେ ଆସୁଥିବା ଯାତ୍ରୀବାହୀ ସିଲକ୍‌ ସିଟି ବସ୍‌ଟି ଭ୍ୟାନରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି କିଛି ଦୂର ଘୋଷାରି ହୋଇ ରାଜପଥ ପାର୍ଶ୍ୱ ଡିଭାଇଡରକୁ ଲାଗି ଅଟକି ରହିଯାଇଥିଲା। ଫଳରେ ଅଧିକାଂଶ ଯାତ୍ରୀ ଏଥିରୁ ରକ୍ଷା ପାଇଛନ୍ତି। କିନ୍ତୁ ଗାଡ଼ି ଚାଳକଙ୍କ ଗୋଡ଼ ଏକ୍ସିଲେଟର ଫସିଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଶହ ଶହ ଗାଡ଼ି ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲା। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାସ, ଗଞ୍ଜାମ ଥାନାଧିକାରୀ ଦିଲୀପ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାଏ ଓ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚତ୍ ଅଟକିଥିବା ଗାଡ଼ିଗୁଡ଼ିକୁ ଛାଡ଼ିବା ସହ ଆହତଙ୍କୁ ଉଦ୍ଧାର କରି ଗଞ୍ଜାମ ଓ ଛତ୍ରପୁର ମେଡିକାଲକୁ ପଠାଇଥିଲେ। ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। ଦିର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ କରନ୍ତୁ କଲ୍‌’

ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ...

ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି

ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି...

ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ମହୁଡ଼ା ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ନିତିକି...

୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି...

ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର...

ଆଧାର ଲିଙ୍କ୍‌ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍‌ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ହେଉ...

ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ

ଛତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri