ଭୋପାଳ,୨୪।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶିବରାଜ ସିଂ ଚୌହାନ ମଙ୍ଗଳବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ବିଧାନସଭାରେ କୌଣସି ଜଣେ ହେଲେ କଂଗ୍ରେସ ବିଧାୟକ ଉପସ୍ଥିତ ନ ଥିବା କୁହାଯାଉଛି। ସୋମବାର ରାତି ୯ଟାରେ ଶିବରାଜ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିବା ପରେ ତାଙ୍କ ସହ ଅନ୍ୟ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ଫଳରେ ମଧ୍ୟପ୍ରଦେଶରେ କମଲନାଥଙ୍କ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ଏହାପରେ ଭାଜପା କଳେବଳେ କୌଶଳେ ଶାସନ ଭାର ହାତକୁ ନେଇଥିବା ରାଜନୈତିକ ମହଲରେ ଆଲୋଚନା ହୋଇଛି।