ଢାକା,୧।୯: ବାଂଲାଦେଶର ଢାକାରେ ଶନିବାର ରାତିରେ ଜଣେ ମନ୍ତ୍ରୀଙ୍କ ଉପରକୁ ଆଇଏସ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମନ୍ତ୍ରୀ ଜଣଙ୍କ ବର୍ତ୍ତି ଯାଇଥିବା ବେଳେ ୨ ପୋଲିସକର୍ମୀ ଆହତ ହୋଇଛନ୍ତି। ତେବେ ମନ୍ତ୍ରୀ ଯେଉଁବାଟ ଦେଇ ଯାଉଥିଲେ ସେଠାରେ ଥିବା ଆତଙ୍କବାଦୀମାନେ ତାଙ୍କୁ ଲକ୍ଷ୍ୟ କରି ବୋମାମାଡ କରିଥିଲେ। ହେଲେ ଏଥିରେ ମନ୍ତ୍ରୀ ବର୍ତ୍ତି ଯାଇଥିଲେ। ସୂଚନାଯୋଗ୍ୟ, ବାଂଲାଦେଶ ସୀମାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ମନ୍ତ୍ରୀଙ୍କ ସହ ଥିବା ପୋଲିସମାନେ ଏଥିରେ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଢାକା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଢାକା ପୋଲିସ କମିଶନର।