ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ

ଯୋଡ଼ା, ୧୫।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ଠାରେ ଚୋରା କୋଇଲା କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଛି। ଚୋରା କାରବାର ନେଇ ଯୋଡା ପୌରପାଳିକାର ୧୨ନଂ ଓ୍ବାର୍ଡ ବାଂଶପାଣି ଦାସ ହଟିଂ ନିକଟରେ ଏହି କାରବାର ବ୍ୟାପକ ଭାବେ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବାଂଶପାଣି ରେଳ ସାଇଡିଂରେ ପ୍ରତିଦିନ ର଼୍ୟାକ୍‌ ଲୋଡିଂ ହୋଇଥାଏ ା ଏଠାକୁ ଆସୁଥିବା ର଼୍ୟାକ୍‌ର ଡବା ମଧ୍ୟରେ କୋଇଲା ବଳକା ରହିଥାଏ। ଓ୍ବାଗନ ଲୋଡିଂ କରିବା ପୂର୍ବରୁ ଉକ୍ତ ଡବାରେ ସଫେଇ କରାଯାଇଥାଏ। ଉକ୍ତ ବଳକା କୋଇଲାଗୁଡିକୁ ସଂଗ୍ରହ କରାଯାଇ ତାହାକୁ ଅଳ୍ପ ମୂଲ୍ୟରେ ଚୋରା କୋଇଲା ବ୍ୟବସାୟୀ ମାନଙ୍କୁ ବିକ୍ରୟ କରାଯାଏ। ଏହା ସହିତ ବାଂଶପାଣି ରେଳସାଇଡିଂ ଦେଇ ବିଭିନ୍ନ ଶିଳ୍ପ ସଂସ୍ଥାକୁ ର଼୍ୟାକ ଯୋଗେ ପରିବହନ ହେଉଥିବା ବେଳେ ବାଂଶପାଣି ଅଞ୍ଚଳରେ ଚୋରା ବ୍ୟବସାୟୀମାନେ ଶ୍ରମିକ ଲଗାଇ ଟ୍ରେନ୍‌ ଚାଲୁଥିବା ଅବସ୍ଥାରେ କୋଇଲା ବୋଝେଇ ହୋଇଥିବା ରେଳ ଡବାର ଦ୍ୱାରକୁ ଖୋଲି ଦେଇଥାନ୍ତି। ଫଳରେ ବହୁ ପରିମାଣର କୋଇଲା ରେଳଧାରଣା କଡରେ ପଡିଯାଇଥାଏ ା ଟ୍ରେନ୍‌ ଚାଲିଯିବା ପରେ ତାହାକୁ ନେଇ ଚୋରା କୋଇଲା ବ୍ୟବସାୟୀମାନେ ନିକଟସ୍ଥ ଜଙ୍ଗଲ, ବୁଦାରେ ଗୁପ୍ତ ଭାବେ ଗଚ୍ଛିତ କରି ରଖିଥାନ୍ତି। ପରେ ବଡ କୋଇଲାକୁ ପିକଅପ ଭ୍ୟାନ୍‌ ମାଧ୍ୟମରେ ବ୍ୟବସାୟୀମାନେ ବାହାର ଅଞ୍ଚଳକୁ ଚାଲାଣ କରିଥାନ୍ତି ଏବଂ ଗୁଣ୍ଡ କୋଇଲାକୁ ଇଟା ଆକାରରେ ପ୍ରସ୍ତୁତ କରି ଭାଟିରେ ସେଗୁଡିକୁ ଅଧା ପୋଡା କରି ନିଆଁ ଲିଭାଇଥାନ୍ତି। ଗ୍ରାମ ନିକଟରେ ଏହି କୋଇଲା ପୋଡିବା ଦ୍ୱାରା ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରେ। ଅଞ୍ଚଳବାସୀ ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡୁଥିବାରୁ ଗତ ତା୨।୯।୨୦୧୯ ରିଖରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲିଖିତ ଭାବେ ଯୋଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ ଏହା ଉପରେ ଦୃଷ୍ଟି ଦିଆଯିବା ସହ ତଦନ୍ତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ରାଜ୍ୟସ୍ତରୀୟ ଖଣି ଏନଫୋର୍ସମେଣ୍ଟ, ଜିଲାସ୍ତରୀୟ ତଦନ୍ତ ସ୍କ୍ବାଡ ଡିଏଲଟିଏଫ ଗଠନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ା ପ୍ରତିଦିନ ଲୁହାପଥର ଚୋରି, ମାଙ୍ଗାନିଜ ଚୋରି ଏପରିକି କୋଇଲା ଚୋରାକରବାର ମଧ୍ୟ ପ୍ରଶାସନ ଜାଣତରେ ହେଉଛି। ରାଜ୍ୟ ସରକାର ଏଥିଲାଗି କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଖଣି ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜି ଏହି କାର୍ଯ୍ୟକୁ ପ୍ରଶୟ ଦେଉଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କୁ ପଚାରିବାରୁ ଉକ୍ତ ଘଟଣାସ୍ଥଳକୁ ଚଢାଉରେ ଯାଇଥିଲେ। ଚଢାଉବେଳେ କୋଇଲା ଇଟା ପୋଡୁଥିବା ଚୋରମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହି କାରବାରରେ ଏକ ର଼୍ୟାକେଟ ସଂଶ୍ଲିଷ୍ଟ ଅଛି ା ସ୍ଥାନୀୟ ଅଞ୍ଚଳର କେତେକ ସ୍କୁଲ ଛାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଇ ଅଳ୍ପମୂଲ୍ୟ ଦେଇ କୋଇଲା ଚୋରା ବ୍ୟବସାୟୀମାନେ କ୍ରୟ କରି ଅଧିକ ମୂଲ୍ୟରେ ଚାଲାଣ କରୁଛନ୍ତି। ଖୁବ୍‌ ଶୀଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି ଏସଆଇ ବେହେରା କହିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri