ବ୍ରହ୍ମପୁର ଅଫିସ,୭-୮: ବ୍ରହ୍ମପୁର ସହରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଟାଉନ ଥାନା ଇଲାକାରେ ଦୁର୍ବୃତ୍ତମାନେ ପୃଥକ ୨ ବାଇକ ଡିକିରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତ ୨୫ ତାରିଖରେ ବିଜିପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ସୋମବାର ରାତିରେ ଟାଉନ ଥାନା ଅନ୍ତର୍ଗତ ମୟୁରୀ ଟାୱାର ସମ୍ମୁଖ ଗାଡି ପାର୍କିଂ ପ୍ଲେସରେ ଥିବା ଲୋକନାଥ ନାୟକଙ୍କ ବାଇକ ଡିକିରୁ ସୁନା ଗାଏବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୫୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି। ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଲୋକନାଥ, ସ୍ତ୍ରୀଙ୍କ ସହ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଆସିଥିଲେ। ବଡବଜାରର ଏକ ଦୋକାନରୁ ୧ ଭରିର ସୁନା ଜିନିଷ କିଣି ଲୋକନାଥ ତାହାକୁ ନିଜ ବାଇକ ଡିକିରେ ରଖି ମୟୁରୀ ଟାୱାର ମାର୍କେଟ କମ୍ପ୍ଲେକ୍ସକୁ ଆସିଥିଲେ। ବାଇକ୍ଟି କମ୍ପ୍ଲେକ୍ସ ସମ୍ମୁଖ ପାର୍କିଂ ସ୍ଥାନରେ ରଖି ଡ୍ରେସ କିଣିବାକୁ ଯାଇଥିଲେ। କିଛି ସମୟ ପରେ ସେଠାରୁ ଫେରି ବାଇକ୍ ପାଖକୁ ଆସିବା ବେଳକୁ ଡିକିରୁ ସୁନା ଗାଏବ ହୋଇଥିବା ଦେଖିଥିଲେ। ଏ ନେଇ ଟାଉନ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଥିଲା। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ବିଜିପୁର ଅଞ୍ଚଳର ଏସ.ରାମକୃଷ୍ଣ ପାତ୍ରଙ୍କ ବାଇକ ଉତ୍କଳ ଫ୍ଲାଇ ହାଉସ ନିକଟରେ ପାର୍କିଂରେ ଥିବା ବେଳେ ଡିକିରୁ ୧୨୬ ଗ୍ରାମର ଅଳଙ୍କାର, ମୋବାଇଲ ଓ ୪ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ହେଲେ ଏ ଯାଏ ଲୁଟେରାଙ୍କ ସୁରାକ୍ ପାଇନି।
Posted inଆମ ଜିଲା ଖବର, ଗଞ୍ଜାମ View All

ସର୍ବଭାରତୀୟ JEE ମେନ୍ରେ ଛତ୍ରପୁରର ବିଷ୍ଣୁଙ୍କ ସଫଳତା
ଛତ୍ରପୁର,୨୦।୪(ସନ୍ତୋଷ ପାଢ଼ୀ ): ସଦ୍ୟ ପ୍ରକାଶିତ JEE ମେନ୍ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି ।...

ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ...

ନିଦରୁ ଉଠିଲାବେଳକୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଟଙ୍କା
କାକଟପୁର,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍। ଏପରି ପୁଣି ଏକ ଘଟଣା...

ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ
ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି...

ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା
ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ...

ଶ୍ରମିକଙ୍କ ସମସ୍ୟା ସାମ଼ାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍
ନୂଆପଡ଼ା,୨୦ା୪(ମକାରୁ ବେମାଲ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦୁଇ ବରିଷ୍ଠ କର୍ମକର୍ତ୍ତା ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ ଓ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ...

ଘୁମୁସର ଇତିହାସ ଉପରେ ଅଧିକ ଗବେଷଣା ହେବ
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନ ତାର ଅଷ୍ଟମ ବାର୍ଷିକ ଉତ୍ସବ ମେ ଶେଷ ସପ୍ତାହରେ ପାଳନ କରିବ। ତେଣୁ ସଙ୍ଘର କର୍ମକର୍ତ୍ତା ମାନେ ରବିବାର...

ଚକୁଳିଫାର୍ମରୁ ଚୋରି ଘଟଣା, ୪ଗିରଫ
ଅତାବିରା,୨୦।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଚକୁଳିଫାର୍ମ(ନୂଆଁ ଖଇରପାଲି)ରେ ଗତ ୮ତାରିଖ ବିଳମ୍ବିତ ରାତିରେ ସଂଘଟିତ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏଥିରେ...