ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଜଣଙ୍କ ହେଲେ ଅତାବିରାର ବୀଣାପାଣି ସେଠ(୧୯)। ସେହିଭଳି ଅନ୍ୟ ଦୁଇଜଣ ଛାତ୍ରୀଛାତ୍ର ଗାୟତ୍ରୀ କାଣ୍ଡ(୧୯) ଏବଂ ରତ୍ନମଣୀ ରଣା(୧୯) ଆହତ ହୋଇଛନ୍ତି। ମୃତାହତମାନେ ପାହାଡ଼ଶ୍ରୀଗିଡ଼ା ଡିଗ୍ରୀ କଲେଜର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ର ଏବଂ ଏକ ବାଇକ୍‌ ଯୋଗେ କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି। ସେମାନଙ୍କୁ ପଛପଟୁ ଯାଉଥିବା ଅନ୍ୟ ଏକ ହାଇଓ୍ବା ଗାଡ଼ି ଧକ୍କା ଦେବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍କିଟ ହାଉସରେ ଫୁଲବାଣୀ ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ

ଫୁଲବାଣୀ, ୨୭ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସର୍କିଟ ହାଉସରେ ଫୁଲବାଣୀ ବିଧାୟକଙ୍କ ଗାଡି.େରେକେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଘଟଣାର ପ୍ରକୃତ କାରଣ ଜଣା...

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ…

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ.. ଭୁବନେଶ୍ୱର,୨୭।୧୨: ଗଞ୍ଜାମ ଜିଲା ଆସିକାରେ ବିଜେଡି ଦୁଇ ଫାଳ ।...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମା’-ପୁଅ, ଆଉ ତା’ ପରେ…

ଢେଙ୍କାନାଳ,୨୭ା୧୨(ରତନ ନାୟାର): ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଦାଣ୍ଡିମାଳ ଷ୍ଟେଶନ ନିକଟରେ ଶୁକ୍ରବାର ଚଳନ୍ତା ଟ୍ରେନରୁ ଖସିପଡ଼ି ମା-ପୁଅ ଗୁରୁତର ଭାବେ ଉଦ୍ଧାର ହୋଇ ଜିଲା ମୁଖ୍ୟ...

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୭।୧୨: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ...

୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ...

ବିଲରେ ଗଜାହେଲା ପାଚିଲା ଧାନ

ପଟ୍ଟାମୁଣ୍ଡାଇ,୨୭ା୧୨ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ଟି ପାଟର ପାଚିଲା ଧାନ ଏବେ ପାଣିରେ ଲୋଟିଛି। ଲଗାଣବର୍ଷା ଉଜାଡ଼ି ଦେଇଛି ଭାତହାଣ୍ଡି। ବର୍ଷାରେ ଶହ ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri