ଦିଗପହଣ୍ଡି,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁର ଜି. ଭୀମ ରେଡ୍ଡୀଙ୍କୁ ଜଣେ ଠିକାଦାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରବିବାର ଭୀମଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି କେସ୍ ନଂ.୮୫/୨ ଅନୁଯାୟୀ ଅଭିଯୁକ୍ତ ଠିକାଦାରଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଠିକା କାମରେ ନିୟୋଜିତ ଭୀମ ଗତ ୯ ତାରିଖ ପୂର୍ବାହ୍ନରେ ତାଙ୍କ ମଜୁରୀ ବାବଦ ବକେୟା ଟଙ୍କା ଠିକାଦାରଙ୍କୁ ମାଗିବାରୁ ସେ ଉତ୍ତେଜିତ ହୋଇ ଏକ ଠେଙ୍ଗାରେ ପିଟିଥିଲେ। ଏଥିରେ ଭୀମଙ୍କ ଡାହାଣ ଗୋଡ଼ର ୩ଟି ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଭୀମ ଚିକିତ୍ସା ହୋଇ ଡାକ୍ତରଖାନାରୁ ଫେରିବା ପରେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍ଆଇ ମଧୁସ୍ମିତା ପ୍ରଧାନ ଜଣାଇଛନ୍ତି।