ଛେଣ୍ଡିପଦା,୮ା୭(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ବାଗଡିଆ-ପୁରୁଣାଗଡ ଦଳିତ ସାହି ଗ୍ରାମ ରାସ୍ତା ରକ୍ଷଣାବେକ୍ଷଣ ତଥା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ପ୍ରାୟ ୨ କିମି ବିଶିଷ୍ଟ ଏହି ମାଟି ରାସ୍ତା ବର୍ଷା ହେଲେ କଦର୍ଯ୍ୟ ହୋଇପଡୁଛି। ଫଳରେ ଲୋକେ ଯାତାୟାତବେଳେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ରାସ୍ତା ଉପରେ ବାଗଡିଆ, ଟାଙ୍ଗିରୀ, ପୁରୁଣାଗଡ, ପୋଡାପଡା ଆଦି ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତା କରାଯିବାକୁ ଦାବି ହୋଇଛି।