ମମ୍ବାଇ,୯।୭: କର୍ନାଟକ ମେଣ୍ଟ ସରକାରର ୧୪ ବିଦ୍ରୋହୀ ବିଧାୟକ ପୁଣେରୁ ୯୦ କିଲୋମିଟର ଦୂରରେ ରହି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି। ସେମାନେ ଦେଇଥିବା ଇସ୍ତଫା ପତ୍ରକୁ ନେଇ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ତାକୁ ଦେଖି ସେମାନେ ଗୋଆ ଗସ୍ତ କରିବେ ନଚେତ୍ ବେଙ୍ଗାଲୁର ଫେରିବେ। ସୂଚନାଯୋଗ୍ୟ, ଏହି ୧୪ ଜଣଙ୍କ ଇସ୍ତଫା ଉପରେ କର୍ନାଟକ ମେଣ୍ଟ ସରକାର ଏବେ ନିର୍ଭର କରୁଛି। ଏମାନେ ମୁମ୍ବାଇର ଏକ ବିଳାସମୟ ହେଟେଲରେ ଥିବା ବେଳେ ସୋମବାର ଗୋଆ ଗସ୍ତ କରିଥିଲେ। ହେଲେ ଏବେ ସେମାନେ ପୁଣେଠାରୁ ୯୦ କିଲୋମିଟର ଦୂର ମହାରାଷ୍ଟ୍ରର ସତରାଠାରେ ଅଛନ୍ତି। ଯଦି ସେମାନଙ୍କର ଇସ୍ତଫା ଗ୍ରହଣ କରାଯାଏ ତେବେ ସେମାନେ ହୁଏତ ବେଙ୍ଗାଲୁର ଫେରିପାରନ୍ତି।