ଅହମ୍ମଦାବାଦ୍, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ ସୋମନାଥ ମନ୍ଦିରର ୧୫୫ ଉଚ୍ଚ ଶିଖରକୁ ଛୁଇଁଥିବା କୁହାଯାଉଛି। ପାହାଡ଼ ଉଚ୍ଚା ଜୁଆର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛ। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖାଯାଇଛି।