ବାଦ ପଡ଼ିବା ପରେ ଜୁଏଲଙ୍କ ପ୍ରତିକ୍ରିୟା: କହିଲେ ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା, ସ୍ବାଭାବିକ ପ୍ରକ୍ରିୟା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ସୁନ୍ଦରଗଡ଼ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଜୁଏଲ୍‌ ଓରାମ। ଉକ୍ତ ଆସନରୁ ବିପୁଳ ଭୋଟରେ ବିଜୟୀ ହେବା ପରେ ଜୁଏଲଙ୍କ ମନ୍ତ୍ରୀ ପଦ ବଜାୟ ରହିବ ବୋଲି ଆଶା କରାଯାଉଥିବା ବେଳେ ତାଙ୍କୁ ସୁଯୋଗ ମିଳିନାହିଁ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ୍‌। ସେ କହିଛନ୍ତି, ଚଳିତ ଥର ଭାଜପା ୩ଶହରୁ ଊର୍ଦ୍ଧ୍ୱ ଆସନରେ ଜିତିଛି। ସେମାନଙ୍କ ମଧ୍ୟରୁ ୪୦ରୁ ୫୦ଜଣ ମନ୍ତ୍ରୀ ହେବେ। ଏଥର କିଛି ଲୋକଙ୍କୁ ସୁଯୋଗ ମିଳିଛି, କିଛି ଲୋକ ବାଦ ପଡ଼ିଛନ୍ତି। ଗତଥର ମୋତେ ସୁଯୋଗ ମିଳିଥିଲା, ଏଥର ଆଉ କିଛି ଲୋକଙ୍କୁ ମିଳିଛି। ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା। ଏହା ଏକ ସାଧାରଣ ଓ ସ୍ବାଭାବିକ ପ୍ରକ୍ରିୟା। ତାଙ୍କୁ ଦଳ ଯାହା ବି କାମ ଦେଇଛି ତାହା ସେ କରି ଆସିଛନ୍ତି କହିବା ସହ ୫ ବର୍ଷ କ୍ୟାବିନେଟ୍‌ ମନ୍ତ୍ରୀ ହେବା ସୁଯୋଗ ଦେଇଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ଗୁରୁବାର ଏନ୍‌ଡିଏର ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଲାଗି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଫୋନ୍‌ କଲ୍‌ ଆସିଥିଲା। ମାତ୍ର ମନ୍ତ୍ରୀ ଦୌଡ଼ରେ ଥିବା ଜୁଏଲଙ୍କୁ ଆସି ନ ଥିଲା। ଧର୍ମେନ୍ଦ୍ର ନିଜ ସ୍ଥାନ ବଜାୟ ରଖି ଶୁକ୍ରବାର ପୁନର୍ବାର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ବିଭାଗ ମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ବିଭାଗ ମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri