ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କୁ କେହି କେହି ‘ଘର ଭଙ୍ଗା ଅଫିସର’ ବୋଲି ଆକ୍ଷେପ କରନ୍ତି। ହେଲେ ସରକାରୀ କାଗଜପତ୍ରରେ ତାଙ୍କ ପରିଚୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଦେବଗଡ଼। ନାଁ ରୋମିଓ ମହାପାତ୍ର, ଜନ୍ମ ରାଉରକେଲାରେ। ଏକାଧାରରେ ସେ ଜଣେ ଅଭିନେତା, ନିର୍ଦ୍ଦେଶକ ମଧ୍ୟ। ତାଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ମଞ୍ଚ ନାଟକ ମଧ୍ୟରୁ ଅକ୍ଟୋପସ, ଚାରିଛକ, ଧୁନ୍ଦି, ଅନ୍ତର୍ନ୍ଦ୍ୱନ୍ଦ୍ୱ ଆଦି ପୁରସ୍କୃତ। ଦୂରଦର୍ଶନ ଟେଲିସିରିଆଲ ‘ରୁପାଜହ୍ନ’ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଆଦିଭୂମି’ରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିବା ଏହି ଅଧିକାରୀଙ୍କ ନିଜ କଥା ସମ୍ପର୍କରେ…

ପ୍ରଥମ ଚାକିରି ସମ୍ପର୍କରେ କ’ଣ କହିବେ?
ହିମାଚଳପ୍ରଦେଶ ଶିମ୍‌ଲାର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲି। ଯେଉଁଠି ପ୍ରଥମ ଶ୍ରେଣୀରୁ +୨ ପର୍ଯ୍ୟନ୍ତ ପିଲାମାନେ ପଢ଼ୁଥିଲେ। ସେଠାରୁ ଓଡ଼ିଶା ଫେରିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଦେବଗଡ଼ରେ ଏବେ କାମ କରୁଛି।
ପ୍ରଥମ ଦରମା କ’ଣ କରିଥିଲେ?
କିଛି ଖର୍ଚ୍ଚ କରିଥିଲି, ଆଉକିଛି ମା’ଙ୍କ ପାଖକୁ ମନି ଅର୍ଡର କରି ପଠାଇ ଥିଲି।
ଆପଣଙ୍କ ଆଦର୍ଶ କିଏ ?
ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ କ୍ରୀଡ଼ାବିତ୍‌ ତଥା ଜାତୀୟ ନାଟ୍ୟରତ୍ନ ମୋ ବାପା ହେମନ୍ତ ମହାପାତ୍ର ହିଁ ମୋର ଆଦର୍ଶ। କୌଣସି ପରିସ୍ଥିତିରେ ସେ ହାରି ନ ଯାଇ ନିର୍ଭୀକ ଭାବେ ଲଢ଼ିବାକୁ ପସନ୍ଦ କରନ୍ତି। ତାଙ୍କର ସେହି ଗୁଣ ମତେ ପ୍ରଭାବିତ କରେ।
କଳା ପ୍ରତି ରୁଚି ରଖନ୍ତି ?
ମଞ୍ଚ ନାଟକ, ଟେଲି ସିରିଏଲ, ଫିଲ୍ମ ପାଇଁ ସମୟ ଓ ସୁଯୋଗ ପାଇଲେ ଅଭିନୟ କରେ, ନାଟକ ରଚନା ଓ ନିର୍ଦ୍ଦେଶନା ଦିଏ।
ଗୀତ ଶୁଣିବାକୁ ପସନ୍ଦ କରନ୍ତି ?
ପୁରୁଣା ଫିଲ୍ମ ଗୀତ ଓ ଗଜଲ ଭଲଲାଗେ।
ଫିଲ୍ମ ଦେଖନ୍ତି କି, କେଉଁ ପ୍ରକାର ଫିଲ୍ମ ଭଲ ଲାଗେ ?
ହିନ୍ଦୀ ଫିଲ୍ମ ସୋଲେ, ଓଡ଼ିଆରେ ଧଉଳି ଏକ୍ସପ୍ରେସ ଓ ଇଂଲିଶରେ ଟାଇଟାନିକ, ମୋ ପ୍ରିୟ ସିନେମା। ଫିଲ୍ମ ବ୍ୟତୀତ ଟିଭିରେ ସାବଧାନ ଇଣ୍ଡିଆ, କିଛି ରିୟଲିଟି ଶୋ’ ଓ ନ୍ୟୁଜ ଦେଖିବାକୁ ଭଲ ପାଏ।
ବ୍ୟସ୍ତ ଜୀବନରେ ସମୟ ମିଳିଲେ କ’ଣ କରନ୍ତି ?
ମୋ କୁନି ଝିଅ ସହ ଖେଳେ। ପୁରୁଣା ବନ୍ଧୁଙ୍କ ସହ କଥା ହୁଏ, କିନ୍ତୁ ଜମା ବହି ପଢିବାକୁ ଭଲ ପାଏନାହିଁ।
ପରିବାରରେ କିଏ କିଏ ଅଛନ୍ତି ?
ବାପା ମାଆ, ଭଉଣୀ, ସହଧର୍ମିଣୀ ଓ ଗୋଟେ କୁନି ଝିଅ।
ଆପଣଙ୍କ ରୁଚି ?
ଗିଟାର ବଜାଇବା।
ଛାତ୍ର ଜୀବନର କିଛି ଅନୁଭୂତି ?
କଲେଜରେ ପଢିବା ବେଳେ ସ୍ମୃତି ନାମ୍ନୀ ଜଣେ ବାନ୍ଧବୀଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇବାକୁ ଫୋନ୍‌ କଲି। ତାଙ୍କ ବାପା ଫୋନ୍‌ ଉଠାଇ ସେପଟୁ ପ୍ରଶ୍ନ କଲେ- କିଏ କହୁଛ ? ମଁୁ ଉତ୍ତର ଦେଲି- ରୋମିଓ କହୁଛି। ମୋ ନାଁ ଶୁଣି ମଉସା ଭାବିନେଲେ ଯେ କେହି ଜଣେ ରୋଡ ରୋମିଓ ଝିଅକୁ ଫୋନ୍‌ରେ ହଇରାଣ କରୁଛି। ବାସ୍‌ ତା’ପରେ ଚେତାବନୀ ସାଙ୍ଗକୁ ମୋ ଉପରେ ଗାଳିବର୍ଷଣ ହେଲା। ଛାତ୍ର ଜୀବନରେ ମୋ ନଁା ପାଇଁ ବେଳେ ବେଳେ ଏମିତି ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଛି।
କେଉଁ ସ୍ମୃତି ସ୍ମରଣୀୟ ?
୨୦୦୨ ମସିହା କଥା। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାରେ ମୋ ନିର୍ଦ୍ଦେଶିତ ଓ ଅଭିନୀତ ନାଟକ ‘ଧୁନ୍ଦି’କୁ ବିଭିନ୍ନ ବର୍ଗରେ ସର୍ବମୋଟ ୯ ଟି ପୁରସ୍କାର ମିଳିଥିଲା। ମୁଁ ନିଜେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲି। ମୁଖ୍ୟଅତିଥି ତଥା ସେତେବେଳର ସାଂସଦ ପ୍ରସନ୍ନ ପାଟଶାଣୀଙ୍କଠାରୁ ମୁଁ ବାରମ୍ବାର ପୁରସ୍କାର ଗ୍ରହଣ କରୁଥିଲି। ପୁଣିଥରେ ଯେତେବେଳେ ମୁଁ ପୁରସ୍କାର ଗ୍ରହଣ କରିବାକୁ ମଞ୍ଚ ଉପରକୁ ଗଲି ସେ ଥଟ୍ଟାରେ ଆଉ ପୁରସ୍କାର ଦିଆଯିବ ନାହିଁ ବୋଲି କହିଥିଲେ। ମୁଁ ମଞ୍ଚରୁ ଓହ୍ଲାଇ ଆସିବା ପରେ, ନିଜେ ମଞ୍ଚ ତଳକୁ ଆସି ମତେ କୁଣ୍ଢେଇଧରି ପୁରସ୍କାର ମୋ ହାତରେ ଧରାଇ ଦେଇ କହିଥିଲେ ”ତୁମ ଦାଢ଼ିକୁ ମୋ ଦାଢ଼ି, ଆସ ହେବା ଭିଡ଼ାଭିଡ଼ି“।
-ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri