ବାବ୍ରୀ ମସ୍‌ଜିଦ ଭଙ୍ଗ ଆଇନର ଉଲ୍ଲଂଘନ

ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଅଦାଲତ ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କୁ ମସ୍‌ଜିଦ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ପ୍ରଦାନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୧୯୩୪ରେ ବାବ୍ରୀ ମସ୍‌ଜିଦର କ୍ଷତି କରିବା, ୧୯୪୯ରେ ଏହାର ଅପବିତ୍ରକରଣ ଏବଂ ୧୯୯୨ ଡିସେମ୍ବର ୬ରେ ଏହାକୁ ଭାଙ୍ଗିଦେବା ଆଇନର ଗୁରୁତର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ ଶନିବାର ତାଙ୍କ ରାୟରେ କହିଛନ୍ତି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିରଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ସର୍ବସମ୍ମତିକ୍ରମେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି, ୧୯୪୯ ଡିସେମ୍ବର ୨୨ ରାତିରେ ବାବ୍ରୀ ମସ୍‌ଜିଦ ମଧ୍ୟରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ରଖାଯାଇ ଏହାକୁ ଅପବିତ୍ର କରାଯାଇଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ ମୁସଲମାନ ସମ୍ପ୍ରଦାୟକୁ ଉକ୍ତ ମସ୍‌ଜିଦରେ ନମାଜ ପଢ଼ିବାକୁ ଦିଆଗଲା ନାହିଁ। ଏହି ଘଟଣାରେ ମୁସଲମାନମାନଙ୍କୁ ମସ୍‌ଜିଦରୁ ବିଦା କରିବା କୌଣସି ଆଇନଗତ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇ ନ ଥିଲା, ବରଂ ସେମାନଙ୍କୁ ପୂଜା କରିବା ଅଧିକାରରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ବିବାଦୀୟ ମସ୍‌ଜିଦର ଭିତର ଅଗଣାକୁ କବ୍‌ଜା କରାଯିବା ପରେ ହିନ୍ଦୁ ଦେବତାଙ୍କ ପୂଜା ଲାଗି ଅନୁମତି ଦିଆଯାଇଥିଲା ଏବଂ ସିଆର୍‌ପିସି ୧୮୯୮ର ଧାରା ୧୪୫ ଲାଗୁ କରାଯାଇ ଜଣେ ରିସିଭରଙ୍କୁ ନିଯୁକ୍ତ କରାଯାଇଥିଲା। ୪୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମସ୍‌ଜିଦରେ ମୁସଲମାନମାନଙ୍କୁ ପୂଜା କରିବା ଅଧିକାରରୁ ବଞ୍ଚତ୍ତ କରାଯିବା ଭୁଲ୍‌ ଥିଲା ବୋଲି ଅଦାଲତ କହିଛନ୍ତି।
ସେହିପରି ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗି ମାଟିରେ ମିଶାଇଦିଆଗଲା। ସରକାର ଉକ୍ତ ବିବାଦୀୟ ସ୍ଥଳର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟଙ୍କୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଏହାର ଉଲ୍ଲଂଘନ କରାଗଲା। ମସ୍‌ଜିଦ ଭଙ୍ଗାଯିବା ଓ ମୁସଲମାନ ଢାଞ୍ଚାର ବିଲୋପ କରିବା ଆଇନ ଶାସନର ଗୁରୁତର ଉଲ୍ଲଂଘନ ଥିଲା ବୋଲି ସାମ୍ବିଧାନିକ ପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁଲ୍‌ର ସଂଶୋଧନ ଜରୁରୀ ଏହା ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନୁଚ୍ଛେଦ ୧୪୨ ଅନୁଯାୟୀ ବିବାଦୀୟ ଜମି ଉପରେ ପ୍ରଥମ ପକ୍ଷ ରାମଲାଲାଙ୍କ ମନ୍ଦିର ନିର୍ମାଣ ଲାଗି ଅନୁମତି ଦେଇଥିଲାବେଳେ ତୃତୀୟ ପକ୍ଷ ନିର୍ମୋହୀ ଆଖଡାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୩ ମାସ ମଧ୍ୟରେ ଗଠନ ହେବାକୁ ଥିବା ଟ୍ରଷ୍ଟରେ ସଦସ୍ୟ ରଖିବାକୁ କହିଛନ୍ତି। ଏଥିସହିତ ମୁସଲମାନ ପକ୍ଷଙ୍କୁ ବିକଳ୍ପ ଜମି ଯୋଗାଇଦେବାକୁ କହିବା ସହ ମନ୍ଦିର ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟରେ ସହଯୋଗ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମୋକଦ୍ଦମା ୫ରେ ନ୍ୟାୟ ମିଳିବା ସହ ମୋକଦ୍ଦମା ୪ରେ ଆଂଶିକ ବିଜୟ ହୋଇଥିବା ଅଦାଲତ କହିଛନ୍ତି। ସମ୍ବିଧାନ ସବୁ ଧର୍ମକୁ ସମାନ ଅଧିକାର ଦେଇଛି। ସହିଷ୍ଣୁତା ଓ ପାରସ୍ପରିକ ସହାବସ୍ଥାନ ଆମ ଦେଶ ତଥା ଦେଶବାସୀଙ୍କ ଧର୍ମନିରପେକ୍ଷ ପ୍ରତିବଦ୍ଧତାକୁ ପରିପୁଷ୍ଟ କରିଛି। ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ଆଇନ ବ୍ୟବସ୍ଥାରେ ମୁସଲମାନଙ୍କ ଅଧିକାରକୁ ଅଣଦେଖା କରି ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସାମ୍ବିଧାନିିକ ପୀଠ କହିଛନ୍ତି। ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ କେନ୍ଦ୍ର ସରକାର ଅଧିଗ୍ରହଣ କରିଥିବା ଜମିରୁ ଦେଇପାରିବେ କିମ୍ବା ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ସହର ମଧ୍ୟରେ ପ୍ରଦାନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।
ଅଯୋଧ୍ୟା ଜମି ବିବାଦ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟର ୯ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଆସିଛି। ବିବାଦୀୟ ଜମିକୁ ତିନି ପକ୍ଷ ରାମଲାଲା ବିରାଜମାନ, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ନିମୋହୀ ଆଖଡ଼ା ମଧ୍ୟରେ ସମାନ ଭାବେ ବାଣ୍ଟିଦେବା ପାଇଁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନିର୍ମୋହୀ ଆଖଡ଼ା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଭଗବାନ ରାମଙ୍କ ଭକ୍ତ ଭାବରେ ଶହ ଶହ ବର୍ଷ ଧରି ପୂଜା କରିଆସୁଥିବାରୁ ମନ୍ଦିର ଉପରେ ଏହା ସେବାୟତ ଅଧିକାର ସହ ମନ୍ଦିର ସମ୍ପତ୍ତିର ପରିଚାଳନା ଅଧିକାର ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Gold Rate: ଏହି ସହରରେ ମିଳୁଛି ୬୦ହଜାର ଟଙ୍କାରେ ୨୪କ୍ୟାରେଟ ସୁନା, GST ସାଙ୍ଗକୁ ମେକିଂ ଚାର୍ଜ…

ସୁନା ଏକ ମୂଲ୍ୟବାନ ଧାତୁ। କିନ୍ତୁ ସୁନାର ମୂଲ୍ୟ ସବୁ ଦେଶରେ ସମାନ ନଥାଏ । ଏହାର ମୂଲ୍ୟ ଆମଦାନୀ ଶୁଳ୍କ, ଟିକସ, ଶ୍ରମ ଖର୍ଚ୍ଚ,...

IPL 2025 ମଧ୍ୟରେ ବିସିସିଆଇର ବଡ଼ ଆକ୍ସନ: ଏହି ଫ୍ରାଞ୍ଚାଇଜର ମାଲିକଙ୍କୁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ (IPL 2025)ର ୧୮ତମ ସଂସ୍କରଣ ବର୍ତ୍ତମାନ ଭାରତରେ ଖେଳାଯାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ T20 କ୍ରିକେଟ ଲିଗ। ଏହା...

ଭାରତ ଉପରେ ରାଗିକି ନିଆଁବାଣ ପାକିସ୍ତାନ: କଶ୍ମୀରକୁ ନେଇ କହିଲା ଏମିତି

ଇସଲାମାବାଦ୍‌,୧୯।୪: ପାକିସ୍ତାନ ପିଓକେ (ପାକ ଅଧିକୃତ କଶ୍ମୀର) ଖାଲି କରିବା ଉଚିତ ବୋଲି ଭାରତର ବୟାନ ଉପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନର ବୈଦେଶିକ...

୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୯ା୪:ରାଜ୍ୟର ବିଭିନ୍ନ ଜିଲାରେ କିଛିଦିନ ହେବ କାଳବୈଶାଖୀ ତାଣ୍ଡବ ରଚୁଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଶୁକ୍ରବାର ଦ୍ୱୈତନଗରୀ...

ନର୍ସଙ୍କୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣାଗଡ଼/ ବଲାଙ୍ଗୀର,୧୯ା୪(ସଚ୍ଚିଦାନନ୍ଦ ମହାକୁର/ ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ପାଟଣଗଡ଼ ଥାନା ନେହେନାବନ୍ଧ ଗଁାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗଁାରେ ଜଣେ...

ନିଲଡୁଙ୍ଗୁରୀ ମାର୍କେଟ ଟର୍ମିନାଲ ନେଇ ଆଶା ସଂଚାର

ସମ୍ବଲପୁର,୧୯।୪(ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକ କବରାପାଲି ଗ୍ରାମପଞ୍ଚାୟତର ନିଲଡୁଙ୍ଗୁରୀରେ ବିଜେଡି ସରକାର ଅମଳରେ ୨୦୧୪ରେ ଘୋଷଣା ହୋଇଥିବା ବୃହତ୍‌ ମାର୍କେଟ ଟର୍ମିନାଲକୁ ନେଇ ପୁଣିଥରେ...

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଚୁକ୍ତି ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ମଧ୍ୟସ୍ଥତାରୁ ଓହରିଯିବ ଆମେରିକା

ପ୍ୟାରିସ୍‌,୧୯ା୪:ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ସପ୍ତାହ ଓ...

ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର

ଭୁବନେଶ୍ୱର,୧୯ା୪(ରବିନାରାୟଣ ଜେନା):ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image