ବାରଙ୍ଗ ଥାନା ଅଧିକାରୀଙ୍କ ଅନୁଭୂତି: ମୃତକଙ୍କ ପରିଚୟ ପାଇବା ଚ୍ୟାଲେଞ୍ଜ ଥିଲା

ହତ୍ୟା ଘଟଣାରେ ଅଜଣା ମୃତଦେହକୁ ଚିହ୍ନଟ କରି ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥାଏ। ଏଭଳି ଏକ ଘଟଣାରେ ଅଭିଯୁକ୍ତଙ୍କୁ ଧରିଥିଲେ ବାରଙ୍ଗ ଥାନାର ଭାରପ୍ରାପ୍ତ ଅଧିକାରୀ ଶଶିକାନ୍ତ ରାଉତ। ବର୍ଷାରେ ସବୁ ପ୍ରମାଣ ନଷ୍ଟ ହୋଇଯାଇଥିଲେ ମଧ୍ୟ ୮ ଦିନ ଭିତରେ ସେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଏନେଇ ପାଇଥିବା ଅନୁଭୂତି ସମ୍ପର୍କରେ ସେ ଯାହା କୁହନ୍ତି…

୨୦୧୯ ସେପ୍ଟେମ୍ବର ୧୧ ସକାଳେ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ଥାନାକୁ ଫୋନ ଆସିଲା ଯେ, ପଞ୍ଚୁପାଳ ଗ୍ରାମ କେନାଲ ନିକଟ ତାରିଣୀ ମନ୍ଦିର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଛି। ସଙ୍ଗେ ସଙ୍ଗେ ମଁୁ ମୋର ଟିମ୍‌କୁ ନେଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କଲି। ଏକ ଧାରୁଆ ଅସ୍ତ୍ରରେ ଉକ୍ତ ବ୍ୟକ୍ତିଙ୍କ ବେକ ଓ ମୁହ କଟାଯିବା ସହ ଛେଚା ଯାଇଥିଲା। ଏନେଇ ଫୋରେନସିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌କୁ ଖବର ଦିଆଗଲା। ସେମାନେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପୂର୍ବଦିନ ରାତିରୁ ପ୍ରବଳ ବର୍ଷା ହେଉଥିବାରୁ ହତ୍ୟାକାରୀଙ୍କ ପ୍ରମାଣ ମିଳିବା ଟିମ୍‌ ପାଇଁ କଷ୍ଟସାଧ୍ୟ ଥିଲା। ପାଖରେ ଥିବା ଏକ ମଣ୍ଡପ ଉପରେ ଏକ ମୋଟା ବାଉଁଶରେ କିଛି ରକ୍ତ ଲାଗିଥିବା ଦେଖି ଏହା ସାହାଯ୍ୟରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଥିଲା। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ରିପୋର୍ଟକୁ ଅପେକ୍ଷା କରିଥିଲୁ। ଅପରପକ୍ଷେ ମୃତକଙ୍କ କୌଣସି ପରିଚୟ ନ ମିଳିବା ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥିଲା। ମୃତକଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଯିବା ସହ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଘଟଣା ଘଟିଥିବା ଗଁା ପାଖରେ ଏକ ବିଶେଷସୂତ୍ରରୁ ଖବରମିଳିଲା ଯେ, ମୃତକଙ୍କ ସହ ଆଗରୁ ସେହି ଗ୍ରାମର ଶୁଭେନ୍ଦୁ ରଥ କାମ କରିବା ସହ ମିଳାମିଶା କରୁଥିଲେ। ମାତ୍ର ଘଟଣା ଘଟିବା ପରଠାରୁ ସେ ଫେରାର ଥିଲେ। ଏନେଇ ଆମେ ଶୁଭେନ୍ଦୁଙ୍କୁ ଖୋଜିଥିଲୁ। ଧରିବା ପରେ ତାଙ୍କୁ ଏବିଷୟରେ ପଚରାଉଚରା କରିଥିଲୁ। ମାତ୍ର ସେ କିଛି ମାନି ନ ଥିଲେ। ଏନେଇ ତାଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ବସାଇ ସିସିଟିଭିରେ ତାଙ୍କ ଗତିବିଧି ଲକ୍ଷ୍ୟ କରିଥିଲୁ। ସେଥିରେ ତାଙ୍କ ମାନସିକ ଅବସ୍ଥା ଦେଖି ସନ୍ଦେହ ଅଧିକ ବଢ଼ିବାରୁ ମାମଲାର ତଦନ୍ତ ଚାଲିବା ପର୍ଯ୍ୟନ୍ତ ସବୁଦିନ ଥାନାକୁ ଆସିବା ପାଇଁ କହିଥିଲି। ମାତ୍ର ସେ ୨ ଦିନ ଥାନାକୁ ଆସିବା ପରେ ଫେରାର ହୋଇଯାଇଥିଲେ। କୌଣସି ସୂତ୍ରରୁ ମୃତକଙ୍କ ଫଟୋ ମୋବାଇଲ ଫୋନରେ ଦେଖି ତାଙ୍କ ସ୍ତ୍ରୀ ସେପ୍ଟେମ୍ବର ୧୪ରେ ବାରଙ୍ଗ ଥାନାକୁ ଆସିଥିଲେ। ଏହି ସମୟରେ ମୃତକଙ୍କ ପରିଚୟ ମଣ୍ଟୁ ବୋଲି ଜଣାପଡିଥିଲା। ତାଙ୍କ ଘର ଚନ୍ଦକା ଥାନା ଅନ୍ତର୍ଗତ ଚୁଡ଼ଙ୍ଗଗଡ଼ରେ ବୋଲି ସ୍ତ୍ରୀ କହିଥିଲେ। ଏହାପରେ ତଦନ୍ତରେ ଅସୁବିଧା ହୋଇ ନ ଥିଲା। ସେପଟେ ରକ୍ତ ନମୁନା ରିପୋର୍ଟରେ ମଣ୍ଟୁ ମଦ ପିଇଥିବା ବାହାରିବାରୁ ବାରଙ୍ଗ ଅଞ୍ଚଳର ବିଭିନ୍ନ ମଦଦୋକାନୀଙ୍କୁ ପଚରାଉଚରା କରାଯାଇଥିଲା। ଘଟଣାଦିନ ରାତିରେ ମଣ୍ଟୁ ଓ ଶୁଭେନ୍ଦୁ ବାରଙ୍ଗ ପରିବାମାର୍କେଟ ପାଖ ମଦଦୋକନରୁ ମଦଆଣି ପିଇଥିବା ଜଣାପଡ଼ିଥିଲା। ସେହି ତଥ୍ୟକୁ ଆଧାରକରି ପୁନର୍ବାର ଶୁଭେନ୍ଦୁଙ୍କୁ ଧରି ପଚାରଉଚୁରା କରିଥିଲୁ। ଏଥର ସେ ସତକଥା ମାନିଯିବା ସହ ନିଜ ଦୋଷ ସ୍ବୀକାର କରିଥିଲେ। ଶୁଭେନ୍ଦୁଙ୍କ କହିବାନୁଯାୟୀ ସେମାନେ ମଦ ଆଣି ମନ୍ଦିର ପାଖ କେନାଲ କଡ଼ରେ ବସି ପିଇଥିଲେ। ଏହି ସମୟରେ ମଣ୍ଟୁଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଶୁଭେନ୍ଦୁ ରାଗିଯାଇ ମଣ୍ଟୁଙ୍କ ମୁଣ୍ଡକୁ ପାଖରେ ପଡ଼ିଥିବା ଏକ ବାଉଁଶରେ ବାଡ଼େଇ ଦେଇଥିଲେ। ଫଳରେ ସେ ସେଠାରେ ପଡ଼ିଯାଇଥିଲେ। ଏହାପରେ ଶୁଭେନ୍ଦୁ ପାଖରେ ଥିବା ଘାସକଟା ଖଣ୍ଡାରେ ମଣ୍ଟୁଙ୍କ ବେକ ଓ ମୁହଁକୁ ହାଣିଦେଇଥିଲେ। ଉକ୍ତ ଖଣ୍ଡାକୁ କେନାଲ ପାଖ ବୁଦାକୁ ଫୋପାଡି ଚାଲିଯାଇଥିଲେ। ଦୋଷ ସ୍ବୀକାର କରିବା ପରେ ଶୁଭେନ୍ଦୁଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri