Posted inଖେଳ

ବାରବାଟୀ ମୁକାବିଲା: ଗ୍ୟାଲେରୀ ୭ ବାଦ୍‌, କମିଲା ୫୨୮୨ ଟିକେଟ୍‌

କଟକ ଅଫିସ,୨୭ା୧୧- ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ କ୍ରମେ ପାଖେଇ ଆସିଛି। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମ୍ୟାଚ୍‌କୁ ସଫଳ ଭାବେ ଆୟୋଜନ କରିବାକୁ ବିଭିନ୍ନ ସ୍ତରରୁ ଚାଲିଛି ପ୍ରଚେଷ୍ଟା। ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହି ଗ୍ୟାଲେରୀ ନଂ-୭ର ଟିକେଟ୍‌ ବିକ୍ରି କରାଯିବନି ବୋଲି ମତ ଦେଇଛନ୍ତି। ସରକାରୀ ଏଜେନ୍ସି ଏହି ଗ୍ୟାଲେରୀର ଅନୁଧ୍ୟାନ ଶେଷ କରିଛି। ଏଯାଏ ରିପୋର୍ଟ ଦେଇ ନାହିଁ। ତେଣୁ ଓସିଏ କୌଣସି ପ୍ରକାର ରିସ୍କ ନେବାକୁ ଚାହେଁନି ବୋଲି ସଞ୍ଜୟ କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୩ହଜାର ୯୨୯ ରହିଥିବା ବେଳେ ଗ୍ୟାଲେରୀ ନଂ-୭ ବାଦ୍‌ ପଡ଼ିବା ପରେ ୫୨୮୨ ଟିକେଟ୍‌ ସିଧାସଳଖ କମିଛି। ମ୍ୟାଚ୍‌ ଆୟୋଜନ ନେଇ ସମସ୍ତ ସରକାରୀ ଅଧିକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରାଯାଇଥିଲା। ପାର୍କିଂଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଯୋଗ ଦେଇଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିଶନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସମେତ ଓସିଏର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
ସକାଳେ ୱେଷ୍ଟଇଣ୍ଡିଜ, ସନ୍ଧ୍ୟାରେ ଭାରତର ଅଭ୍ୟାସ
ଉଭୟ ଦଳ ୧୯ ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ୨୦ ଓ ୨୧ରେ ଉଭୟ ଦଳ ଅଭ୍ୟାସ ନିମନ୍ତେ ବାରବାଟୀକୁ ଆସିବେ ବୋଲି ଜଣାପଡ଼ିଛି। ଭାରତୀୟ ଦଳର ଅଭ୍ୟାସ ସମୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ ଦଳ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। କିଛି ନିର୍ଦ୍ଦିଷ୍ଟ ଗ୍ୟାଲେରୀରେ ଦର୍ଶକ ନେଟ୍ସ ସେସନ ଦେଖିବାର ବ୍ୟବସ୍ଥା ରହିବ।
ସଜେଇ ହେବ ରିଂ ରୋଡ୍‌
ଖେଳାଳିମାନେ ରିଂ ରୋଡ୍‌ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ସେମାନଙ୍କ ଯାତାୟାତ ପଥକୁ ସୁସଜ୍ଜିତ କରିବାର ଦାୟିତ୍ୱ ନେଇଛି କଟକ ମହାନଗର ନିଗମ(ସିଏମ୍‌ସି)। ସିଏମ୍‌ସି କମିଶନର ଅନନ୍ୟା ଦାସ ଉପସ୍ଥିତ ରହି ରିଂରୋଡ୍‌ର ବିଭିନ୍ନ ସ୍ଥାନ ମରାମତି କରାଯିବା ସହ ଏହାକୁ ସୁସଜ୍ଜିତ କରାଯିବ ବୋଲି କହିଛନ୍ତି।
ଟିକେଟ୍‌ ଦର ଅପରିବର୍ତ୍ତିତ
ପୂର୍ବରୁ ଯାହା ଟିକେଟ ଦର ଥିଲା, ଆସନ୍ତା ମ୍ୟାଚରେ ମଧ୍ୟ ସମାନ ରହିବ। ଟିକେଟ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ କେବଳ ଏଥିରେ ଜିଏସଟି ଟ୍ୟାକ୍ସ ଯୋଡ଼ି ହୋଇଛି। ଟିକେଟରେ ସିଟ୍‌ ନମ୍ବର ଉଲ୍ଲେଖ ରହିବ।
ଗ୍ୟାଲେରୀ ଟିକେଟ୍‌ ଦର(ଟଙ୍କାରେ)
୧ ଓ ୩ ୬୦୦
୨ ଓ ୪ ୫୦୦
୬ ନମ୍ବର ୪୦୦
ସ୍ପେଶାଲ ଏନକ୍ଲୋଜର ୩୦୦୦
ନ୍ୟୁ ପ୍ୟାଭିଲିୟନ ୫୦୦୦
କର୍ପୋରେଟ ବକ୍ସ ୮୦୦୦
ଏସି ବକ୍ସ ୫୦୦୦
୨୧.୭୧ କୋଟି ଟଙ୍କାର ଇନସ୍ୟୁରାନ୍ସ
ମ୍ୟାଚ୍‌ ପାଇଁ ମୋଟ ୨୧ କୋଟି ୭୧ ଲକ୍ଷ ୭୦ହଜାର ଟଙ୍କାର ଇନସ୍ୟୁରାନ୍ସ କରାଯାଇଥିବା ଜଣାପଡ଼ିଛି। ଏଥିରେ ଦର୍ଶକଙ୍କ ନିମନ୍ତେ ୭କୋଟି ଟଙ୍କାର ଇନସ୍ୟୁରାନ୍ସ ରହିଥିବା ବେଳେ ଅଗ୍ନିକାଣ୍ଡ କିମ୍ବା ଅନ୍ୟ ବିପଦ ନିମନ୍ତେ ରହିଛି ୮କୋଟି ଟଙ୍କାର ଇନସ୍ୟୁରାନ୍ସ। ୬କୋଟି ୭୧ଲକ୍ଷ ୭୦ହଜାର ଟଙ୍କା ଅପ୍ରତ୍ୟାଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନସ୍ୟୁରାନ୍ସ କରାଯାଇଛି।
ଖାଦ୍ୟ ଦର ଉପରେ ଲାଗିବ କଟକଣା
ଗ୍ୟାଲେରୀ ଗୁଡ଼ିକରେ ବିକ୍ରି ହେବାକୁ ଥିବା ଶୁଖିଲା, ରନ୍ଧା ଖାଦ୍ୟ ଦର ଉପରେ କଟକଣା ଲଗାଯିବ। ଭେଣ୍ଡରମାନେ ମନମୁଖୀ ଚଢ଼ା ଦରରେ ଏହାକୁ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ଏ ନେଇ ଉପଜିଲାପାଳଙ୍କ ତତ୍ତ୍ବାବଧାନରେ ଖାଦ୍ୟ ଦର ନିର୍ଦ୍ଧାରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri