ବାରିପଦା ଟାଉନ ଥାନା: ହ୍ୟାଣ୍ଡକପ୍‌ ଭାଙ୍ଗି ଅଭିଯୁକ୍ତ ଫେରାର

ବାରିପଦା ଅଫିସ,୫ା୧୧- ସୋମବାର ରାତିରେ ବାରିପଦା ଟାଉନ ଥାନାରୁ ହ୍ୟାଣ୍ଡକପ୍‌ ଭାଙ୍ଗି ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ରାତି ଡ୍ୟୁଟିରେ ଥିବା କର୍ମଚାରୀମାନେ ଶୋଇ ରହିଥିବା ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଏସ୍‌ପି ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁଯାୟୀ, ବାରିପଦା ମଧୁବନ ଅଞ୍ଚଳର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୩୩୨/୧୯) ରୁଜୁକରି ରବି ଟିଟୁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିଲା। ରାତିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଟିଟୁଙ୍କ ହାତରେ ହ୍ୟାଣ୍ଡକପ୍‌ ଦେଇ ହାଜତ ଗେଟରେ ଲକ୍‌ କରିଦେଇଥିଲେ। ରାତି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ନିଘୋଡ ନିଦରେ ଶୋଇଯିବା ପରେ ରବି କୌଶଳ କ୍ରମେ ହ୍ୟାଣ୍ଡକପ୍‌କୁ ଭାଙ୍ଗି ବିଳମ୍ବିତ ରାତିରେ ଚମ୍ପଟ ମାରିଥିଲେ। ନିଦ ଭାଙ୍ଗିବା ପରେ ରବି ଥାନାରେ ନ ଥିବା ଦେଖି ପୋଲିସ କର୍ମଚାରୀମାନେ ତାଙ୍କୁ ଖୋଜିବା ପାଇଁ ଲାଗି ପଡ଼ିଥିଲେ। ହେଲେ ତାଙ୍କ ପତ୍ତା ମିଳି ନ ଥିଲା। ପରେ ଥାନାର କର୍ମଚାରୀମାନେ ରାତ୍ରିି ପାଟ୍ରୋଲିଂ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇଥିଲେ। ହେଲେ ସେ ଡ୍ୟୁଟି ଛାଡି ଘରେ ଶୋଇଥିବାରୁ ତୁରନ୍ତ ଆସିପାରି ନ ଥିଲେ। ଶେଷରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଫେରାର ଅଭିଯୁକ୍ତ ରବି ଥାନାର ଅଭ୍ୟର୍ଥନା କକ୍ଷ ପଛରେ ଲୁଚି ରହିଥିବା ଜଣାପଡ଼ିବାରୁ ପୋଲିସ ତାଙ୍କୁ କାବୁ କରିନେଇଥିଲା। କାର୍ଯ୍ୟରେ ଅବହେଳା କାରଣକୁ ନେଇ ଏସପି ପୁରୁଷୋତ୍ତମଦାସ ସୋମବାର ରାତିରେ ଡିସିଓ ଚାର୍ଜରେ ଥିବା ଏଏସଆଇ ବାସନ୍ତୀ ସିଂ, କନଷ୍ଟେବଳ ତପନ କୁମାର ବାରିକ ଏବଂ ଓଏପିଏଫ ଚୈତନ୍ୟ ଅମାନ୍ତ୍ୟଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଥାନାରୁ ଫେରାର ହେବା ଘଟଣାରେ ଅନ୍ୟ ଏକ ମାମଲା(ନଂ. ୩୩୩/୧୯) ରୁଜୁ କରି ପୋଲିସ ଅଭିଯୁକ୍ତ ରବିଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri