ଖୋର୍ଦ୍ଧା ଅଫିସ,୨।୧୧ : ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଅରାଙ୍ଗ ଗାଁରେ ବସନ୍ତ ଶବର(୪୦) ବିଲକୁ ଯାଇଥିବାବେଳେ ଶନିବାର ପୂର୍ବାହ୍ନରେ ବାର୍ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇପଡ଼ିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।