ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର:୬ ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ

ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍‌ ଉପତ୍ାଦନ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଗାଣ ହେଉଛି। ମାତ୍ର ଏହି ଜଳବିଦ୍ୟୁତ୍‌ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ଉପକରଣ ପୁରୁଣା ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଘରୋଇ ସଂସ୍ଥା ଭେଲ୍‌କୁ ଟେଣ୍ଡର କରି ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତି ବିପଦ ସୃଷ୍ଟି ହେବା ସହ ରାଜସ୍ବହାନି ହେବା ସମ୍ଭାବନା ରହିଛି ବୋଲି ବାଲିମେଳା ପାଓ୍ବାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ୍‌ ୟୁନିୟନ ଅଭିଯୋଗ କରିଛି। ୟୁନିୟନ ସଭାପତି ଦେବେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଦେଇଛନ୍ତି। ସଂଘ ଉଲ୍ଲେଖ କରିଛି ଯେ, ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟ ହେଲ୍‌ ସଂସ୍ଥାକୁ ୨୦୧୬ ସେପ୍ଟେମ୍ବରରେ ପ୍ରଦାନ କରାଯାଇଛି। ସେହି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ଜଳବିଦ୍ୟୁତ୍‌ ପ୍ରକଳ୍ପର ୬ଟି ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟରକୁ ଆଧୁନିକୀକରଣ କରିବ ା ଚୁକ୍ତି ଅନୁଯାୟୀ ସଂସ୍ଥା ୫୪ ମାସରେ ଶେଷ କରିବା କଥା ା ମାତ୍ର ପୂର୍ବାଞ୍ଚଳ ଇଞ୍ଜିନିୟର୍ସ ନାମକ ଏକ ଠିକା ସଂସ୍ଥା ୨ଟି ଜେନେରେଟର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଏଥିପାଇଁ ଠିକାସଂସ୍ଥା ୧୮ ମାସ ସମୟ ନେଇଛି। ଏହି ଠିକା ସଂସ୍ଥା ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଜଳବିଦ୍ୟୁତ୍‌ ପ୍ରକଳ୍ପର ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି। ଏଥିପାଇଁ ଜଳ ବିଦ୍ୟୁତ୍‌ ନିଗମ (ଓଏଚପିସି)କୁ କ୍ଷତି ସହିବାକୁ ପଡୁଛି। ବିଦ୍ୟୁତ୍‌ ନିୟାମକ ଆୟୋଗ ଇତିମଧ୍ୟରେ ଓଏଚପିସିକୁ ଅର୍ଥ ଦଣ୍ଡ ଦେଇଛନ୍ତି। ଏହା ଓଏଚପିସିର ରାଜସ୍ବ କ୍ଷତିକୁ ଆହୁରି ବଢାଇ ଦେଇଛି। ଜଳବିଦ୍ୟୁତ୍‌ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟର ତଦାରଖ ଓ ତତସମ୍ବନ୍ଧୀୟ ପରାମର୍ଶ ପାଇଁ ଓ୍ବାପକସ୍‌ କମ୍ପାନୀ ଦାୟିତ୍ୱ ନେଇଛି । ଏହି କମ୍ପାନୀ ୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ବାଲିମେଳା ପାଓ୍ବାର ହାଉସ୍‌ ଏମ୍ପ୍ଲୋଇଜ୍‌୍‌ ଆସୋସିଏଶନ କ୍ଷତିକୁ ଗୁରୁତର ସହ ନେଇଛି। ଜଳବିଦ୍ୟୁତ ନିଗମର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଉତ୍ପାଦନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ରାଜସ୍ବ କ୍ଷତି ଆଗାମୀ ଦିନରେ ବଢି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ୟୁନିୟନ ପ୍ରକାଶ କରିଛି। ଜଳବିଦ୍ୟୁତ୍‌ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଗତି କରିବା ସହିତ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ ା ଏହି ସମସ୍ୟାଗୁଡିକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ମୁଖ୍ୟ ସାଧାରଣ ପରିଚାଳକଙ୍କ ନିକଟରେ ଦାବି କରିଛି। ଏ ସମ୍ପର୍କରେ ଜଳବିଦ୍ୟୁତ୍‌ ପ୍ରକଳ୍ପର ଡିଜିଏମ୍‌ ଏସ୍‌.ଏସ୍‌.ପି. ରାଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ୬ଟି ଜେନେରେଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କା ର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ସଂସ୍ଥା ଏହି ଜେନେରେଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରାଜ୍ୟ ବାହାରୁ ଆଣୁଛନ୍ତି। ଏହାଦ୍ୱାରା କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଏହି କାର୍ଯ୍ୟ ଠିକ୍‌ ରୂପେ ଚାଲିଛି। କୌଣସି ଅସୁବିଧା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ନାହିଁ। ରାଜ୍ୟ ସରକାରଙ୍କୁ ବାର୍ଷିକ ୧୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରକଳ୍ପ ବାର୍ଷିକ ୧୨୪ କୋଟି ଟଙ୍କାର ରାଜସ୍ବ ଦେଉଛି। କର୍ମଚାରୀ ସଂଘ ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ରାଜ୍ୟ ସ୍ତରରେ ଆଲୋଚନା କରାଯାଉଛି ବୋଲି ରାଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri