ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା ଏବେ ବାସ୍କେଟ୍ବଲ୍ ଖେଳାଳି ଇବାନ୍ ହେମ୍ସଙ୍କୁ ଡେଟ୍ କରୁଛନ୍ତି। ନିକଟରେ ତାଙ୍କୁ ବମ୍ବେର ଜୁହୁ ସମୁଦ୍ରକୂଳରେ ହାତକୁ ହାତ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏପରିକି କ୍ୟାମେରାକୁ ଦେଖି କୃଷ୍ଣା ମୁରୁକି ହସା ଦେଇଥିଲେ।
ବଲିଉଡ୍ କଳାକାରମାନଙ୍କ ପାଇଁ ଖେଳାଳିଙ୍କୁ ଡେଟ୍ କରିବା ନୂଆ ନୁହେଁ। ହେଲେ ଅନେକ ସମୟରେ ସେମାନଙ୍କ ପ୍ରେମ ବେଶି ଦିନ ତିଷ୍ଟି ନ ଥାଏ। ହେଲେ କୃଷ୍ଣା-ଇବାନ୍ଙ୍କୁ ବହୁତ ଭଲ ପାଉଥିବା ପ୍ରକାଶ କରନ୍ତି। କୃଷ୍ଣାଙ୍କ ସୋସିଆଲ ଆକାଉଣ୍ଟରେ ଉଭୟଙ୍କ ଅନେକ ଫଟୋ ଦେଖିବାକୁ ମିଳିବ। କିଛିଦିନ ତଳେ ଉଭୟ ଛୁଟି କଟାଇବାକୁ ଦୁବାଇ ଯାଇଥିଲେ। ସେହି ସମୟର କିଛି ଫଟୋ ଶେୟାର କରିବା ପରେ ଟ୍ରୋର୍ଲ୍ସମାନେ କୃଷ୍ଣାଙ୍କୁ ଟ୍ରୋଲ କରିଥିଲେ। ହେଲେ ସେ ଏହାର କଡ଼ା ଜବାବ ରଖିଥିଲେ।
କୃଷ୍ଣା ଏବେ ବିବାହ ଅଥବା ନିର୍ବନ୍ଧ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେ ସମ୍ପର୍କକୁ ଧିରେ ଧିରେ ଆଗକୁ ବଢ଼ାଇବାକୁ ଚାହାନ୍ତି।