ମହିଳାଙ୍କ ଚୁଡ଼ିର ଖନ୍ଖନ୍ ଶଦ୍ଦ କାହାର ବା ଧ୍ୟାନ ଆକର୍ଷଣ ନ କରେ! ଖାଲି ସେତିକି ନୁହେଁ, ଏହା ମହିଳାଙ୍କ ଷୋଳ ଶିଙ୍ଗାର ସହ ସମାନ। ଯଦି କୌଣସି ଫଙ୍କ୍ଶନ ଯିବାର ଥାଏ,ନିଜର ଲୁକ୍ସକୁ ନେଇ ଚିନ୍ତିତ ରହୁଛନ୍ତି,ତେବେ ଏଠାରେ ଆପଣଙ୍କୁ ବିବାହ ଓ ଫଙ୍କ୍ଶନ ଲାଗି ଡିଜାଇନ ଚୁଡ଼ି ସମ୍ପର୍କରେ ସୂଚନା ଦେଉଛୁ….
ଓ ଚୁଡ୍ ସମସ୍ତଙ୍କୁ ପିନ୍ଧିବାକୁ ଭଲ ଲାଗେ। ସୁନା ପିନ୍ଧିବା ଦ୍ୱାରା ନିଜ ଷ୍ଟାଟସ୍ ମେଣ୍ଟେନ କରିବା ସହ ନିଜକୁ ମଧ୍ୟ ଆଲର୍ଜିରୁ ରକ୍ଷା କରିଥାନ୍ତି।
ବିବାହରେ ରାଜସ୍ଥାନୀ ଟ୍ରାଡିସନାଲ ଲୁକ୍ ପାଇବାକୁ ଚାହୁଁଥାନ୍ତି, ତେବେ ଏମିତିରେ ଶାଢ଼ି କିମ୍ବା ଡ୍ରେସ୍ରେ ମ୍ୟାଚିଂ କରି ଲାଖ ଚୁଡ଼ି ସହ ଲାଖ ଚୁଡୁ ମ୍ୟାଚ୍ କରି ପିନ୍ଧିପାରିବେ।
ଚୁଡି ବଦଳରେ ମୋତି କାମ ହୋଇଥିବା ଚୁଡ଼ି ମଧ୍ୟ ପିନ୍ଧିପାରିବେ। ଆପଣ ବାହାଘରରେ ଡ୍ରେସ୍ ସହ କିଛି ଅଲଗା ଟ୍ରାଏ କରିବାକୁ ଚାହୁଁଥାନ୍ତି, ତେବେ ସୂତାରେ ପ୍ରସ୍ତୁତ ଚୁଡି (ଥ୍ରେଡ୍ ବ୍ୟାଙ୍ଗଲ୍ସ) ପିନ୍ଧିଲେ ଷ୍ଟାଇଲିଶ ଲାଗିବେ।
ଚୁଡ଼ି ମହିଳାଙ୍କୁ ସବୁବେଳେ ପସନ୍ଦ। ଏମିତିରେ ଆପଣ କାଚଚୁଡ଼ିକୁ, ମେଟାଲ, ଗୋଲ୍ଡ, ଲାଖ ଚୁଡି ସହିତ ପରଫେକ୍ଟ ମ୍ୟାଚ୍ କରିପାରିବେ।