ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜିଲାପାଳ ଓ ପୌରାଞ୍ଚଳ ଅଧିକାରୀ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବାକୁ କହିଛନ୍ତି। ତେଣୁ ବିଏମ୍‌ସିର ବିନା ଅନୁମତିରେ ଯଦି କିଛି ଅନାବଶ୍ୟକୀୟ ଦୋକାନ ବଜାର ଖୋଲା ରୁହେ, ତେବେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୪.୦ ମେ ୩୧ ଯାଏ ବଢ଼ାଇଥିବା ବେଳେ ଏ ନେଇ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୋମବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ନିର୍ଦ୍ଦେଶନାମା ଆଧାରରେ ଭୁବନେଶ୍ୱରରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ତାହା ନିର୍ଣ୍ଣୟ କରାଯିବ। ବିନା ଅନୁମତିରେ ସୋମବାର କେତେଜଣ ବ୍ୟବସାୟୀ ଭୁବନେଶ୍ୱରରେ ସେଲୁନ୍‌, ଚା, ପାନ, ଦୋକାନ ଖୋଲିଥିବାର ବିଏମ୍‌ସି କର୍ମଚାରୀଙ୍କ ନଜରକୁ ଆସିଛି। ସେମାନେ କେନ୍ଦ୍ର ସରକାରଙ୍କ ନିୟମ ମାନି ଦୋକାନ ଖୋଲିଥିବାର କହିବା ପରେ କେବଳ ତାଗିଦ୍‌ କରି ଦୋକାନ ବନ୍ଦ କରିବାକୁ କୁହାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜରିମାନା ଆଦାୟ କରାଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ଏଥିସହ ମଙ୍ଗଳବାର ବିଏମ୍‌ସି କର୍ତ୍ତୃପକ୍ଷ ଏ ନେଇ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର

ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା...

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଗାଁକୁ ଗଲା ମୃତଦେହ

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରୋଗୀଙ୍କ ପାଇଁ ମିଳିଲାନି ମହାପ୍ରୟାଣ...

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର, ଆମ ସରକାର ଆସୁ ଆସୁ…

ଭୁବନେଶ୍ୱର,୧୪ା୧୧: ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri