ବିଏମ୍‌ସିର ଏନ୍‌ଓସି ପ୍ରସ୍ତାବକୁ ପୂଜା କମିଟିର ନା

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକ ବିଭିନ୍ନ ବିଭାଗର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଆଣିଥାନ୍ତି। ପୋଲିସ, ଅଗ୍ନିଶମ, ପୂର୍ତ୍ତ, ବିଦ୍ୟୁତ୍‌, ସାଧାରଣ ପ୍ରଶାସନ ବିଭାଗ ସମେତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଓସି ପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଆବେଦନ କରିଥାନ୍ତି। ହେଲେ ଚଳିତ ବର୍ଷ ବିଏମ୍‌ସି ପୂଜା କମିଟିଗୁଡିକୁ ନିଜ ସହ ୩ ବିଭାଗ ଯଥା ପୂର୍ତ୍ତ, ସାଧାରଣ ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗର ଏନ୍‌ଓସି ପ୍ରଦାନ କରିବାର ପ୍ରସ୍ତାବ ରଖିଛି। ଏ ନେଇ ସୋମବାର ବିଏମ୍‌ସି ମୁଖ୍ୟାଳୟରେ ପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ବସିଥିଲା। କିନ୍ତୁ ବିଏମ୍‌ସିର ଏହି ପ୍ରସ୍ତାବରେ ପୂଜାକମିଟି ଅମଙ୍ଗ ହୋଇଛି। କମିଶନରେଟ ପୋଲିସଠାରୁ ସମସ୍ତ ଏନ୍‌ଓସି ନେବାକୁ ଜିଦ୍‌ ଧରିଛନ୍ତି।
ସହରର ପାଖାପାଖି ୫୦ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଓ ଅନ୍ୟ ଅଧିକାରୀମାନେ ଆଲୋଚନା କରିଥିଲେ। କମିଶନର ଚୌଧାରୀ କହିଲେ, ବିଏମ୍‌ସି ଏନ୍‌ଓସି ପାଇଁ ପୂଜା କମିଟିଗୁଡିକର କଷ୍ଟକୁ ଅଧା କରିବାକୁ ଚାହୁଁଛି। କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ଏନ୍‌ଓସି ବିଏମ୍‌ସି ଯୋଗାଇ ଦେବା ସହ ମଣ୍ଡପର ଭଲମନ୍ଦ କଥା ଆମ ଅଧିକାରୀମାନେ ବୁଝିବେ। ସେହିଭଳି ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଓ ସଫେଇ ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯିବ। ସବୁ ମଣ୍ଡପରେ ବଡ଼ ବଡ଼ ଡଷ୍ଟ୍‌ବିନ୍‌ ରଖାଯିବା ସହ ପ୍ଲାଷ୍ଟିକମୁକ୍ତ ପୂଜା ପରିଚାଳନା ପାଇଁ ଆହ୍ବାନ ଦେଇଥିଲେ। ପୂଜାରେ ବ୍ୟବହାର ହେଉଥିବା ବିଜ୍ଞାପନ ହୋର୍ଡିଂ ଓ ପ୍ରଚାର ଏବଂ ମଣ୍ଡପ ବାହାରେ ବ୍ୟବସାୟୀଙ୍କଠାରୁ ଟ୍ୟାକ୍ସ ଆଦାୟ ହେବ ବୋଲି କମିଶନର ତାଙ୍କ ସ୍ବତନ୍ତ୍ର କାର୍ଯ୍ୟାନ୍ବୟନ ପଦ୍ଧତି (ଏସ୍‌ଓପି) ଜରିଆରେ ଜଣାଇଥିଲେ। ତେବେ ଅନ୍ୟ ସମସ୍ତ ପ୍ରସ୍ତାବକୁ ପୂଜା କମିଟି କର୍ତ୍ତୃପକ୍ଷ ସ୍ବାଗତ କରିଥିବାବେଳେ ଟ୍ୟାକ୍ସ ଓ ଏନ୍‌ଓସି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହା ପରେ କମିଶନର କହିଲେ, ଯଦି ପୂଜାକମିଟିଗୁଡ଼ିକ ପୂର୍ବପରି ଏନ୍‌ଓସି ପାଇପାରିବେ ତା’ହେଲେ ସେମାନେ ବିଏମ୍‌ସି ଆସିବା କିଛି ଆବଶ୍ୟକ ନାହିଁ। ତେବେ ବିଏମ୍‌ସି ସବୁପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ବିଏମ୍‌ସି ମୁଖ୍ୟାଳୟ ସମେତ ମଣ୍ଡଳ କାର୍ଯ୍ୟାଳୟ ଓ ଓ୍ବାର୍ଡ ଅଫିସ୍‌ରେ ଏନ୍‌ଓସି ପାଇଁ ଆବେଦନ ସୁବିଧା ରହିଛି। ୨-୩ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ କ୍ଷେତ୍ରସ୍ଥଳ ବୁଲି କେଉଁଠି ମଣ୍ଡପ ହେବ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ସ୍ଥାନ ଚିହ୍ନଟ କରିବେ। ତା’ପରେ ଏନ୍‌ଓସି ଦିଆଯିବ ଓ ମଣ୍ଡପ ପାଖରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ଏଥିସହ ୧୧ ପ୍ରସଙ୍ଗକୁ ଆଧାର କରି ବିଏମ୍‌ସି ଏସ୍‌ଓପି ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି।
ବୈଠକରେ ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ବସନ୍ତ କୁମାର ମିଶ୍ର, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ, ସମସ୍ତ ଜୋନାଲ ଡେପୁଟି କମିଶନରଙ୍କ ସହ ଦୁର୍ଗାପୂଜା ଭସାଣି କମିଟି ସଭାପତି ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri