ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍ କାର୍। ଏହା ୨୦୧୯ ମସିହାରେ ଘଣ୍ଟା ପ୍ରତି ୧୦୧୦ କିଲୋମିଟର ବେଗରେ ଚାଲିଥିଲା। ବର୍ତ୍ତମାନ ଏହାର ମାଲିକ ଚାହୁଁଛନ୍ତି ଏହି କାର୍କୁ ଆଉ କେହି ଚଲାନ୍ତୁ ଆଉ ଏହାର ଦେଖାଶୁଣା କରନ୍ତୁ।
ବ୍ଲଡହାଉଣ୍ଡ ସୁପରସୋନିକ୍ କାର୍ର ମାଲିକ ଇୟାନ ଓ୍ବାରହର୍ଷ୍ଟ କୁହନ୍ତି, ଏହି କାର୍ ବର୍ତ୍ତମାନ ୧୨୮୮ କିଲୋମିଟର ଗତି କରୁଛି। ୨୦୧୯ରେ କାଲାହାରି ରେଗିସ୍ତାନରେ ସବୁଠାରୁ କ୍ଷୀପ୍ର ବେଗରେ ଗତି କରି ରେକର୍ଡ ସୃଷ୍ଟି କରିଥିଲା। ମାତ୍ର ଏବେ ଇୟାନ ଚାହାନ୍ତି ଏହା ଉପରେ ଆଉ କାହାର ବି ହକ୍ ରହୁ। ଏଥିରେ ରକେଟ ମୋଟର ଲଗାଯିବା ଜରୁରୀ। ପ୍ରାୟ ୮୦.୧୧ କୋଟି ଟଙ୍କା ଖର୍ଚ୍ଚ ହେବ।