ବିଜୁଳି, ପାଣି ପାଇଁ ଲୋକେ ହଇରାଣ

ଫୁଲବାଣୀ ଅଫିସ, ୨୭ା୨ – ଫୁଲବାଣୀ ସହରେ ମଙ୍ଗଳବାର ସକାଳେ ତାଣ୍ଡବ ରଚାଇଥିଲା ବର୍ଷା ପବନ। ବୁଧବାର ସନ୍ଧ୍ୟାସୁଦ୍ଧା ରାସ୍ତାଘାଟରେ ଯାତାୟାତ ସ୍ବାଭାବିକ ହୋଇଥିଲେ ମଧ୍ୟ ବିଦ୍ୟୁତ୍‌ ଲୁଚକାଳି ଖେଳୁଛି। ଏ ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇନାହିଁ। ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ପାଣି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଛପଡି ପ୍ରାୟ ୯୦ ବିଦ୍ୟୁତ୍‌ ପୋଲ ଭାଙ୍ଗି ଯାଇଛି। ୨୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ବିଦ୍ୟୁତ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନ୍ତି ସୂଚନା ଦେଇଛନ୍ତି। ବିଭାଗର ପ୍ରାୟ ୧୦୦ କର୍ମଚାରୀ ଦିନରାତି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଲାଗିଛନ୍ତି। ଅପରାହ୍ନ ୪ଟା ସୁଦ୍ଧା ଏଫ୍‌ସିଆଇ ଛକ, ବଜାର ଓ ଫୁଲବାଣୀ ସାହି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆ ସରିଥିବାବେଳେ ରାତି ୮ଟା ସୁଦ୍ଧା ସମଗ୍ର ସହରରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଛି। ସହର ତଥା ଆଖପାଖ ଅଞ୍ଚଳରେ ୨୫ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବା ଜରୁରିକାଳୀନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୨୧ଟି ଘର ସରକାରୀ ଜମି ଉପରେ ରହିଥିବା ବେଳେ ୪ ପଟ୍ଟା ଜାଗାରେ ଅଛି। ନିୟମ ଅନୁଯାୟୀ ପଟ୍ଟାଥିବା ଘରକୁ କ୍ଷତିପୂରଣ ପ୍ରଦାନ କରାଯିବ। ତେବେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ପାଲ ଦିଆଯାଇଥିବା ଜିଲା ଜରୁରିକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଗଦାଧର ପାତ୍ର, କହିଲେ ଜନଜାତି…

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ...

ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ,...

ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 

ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ...

ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା

ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ...

କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ...

ରାସ୍ତାରେ ହାଇଓ୍ବାର ବ୍ରେକ୍‌ ଫେଲ୍‌, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): ବାଲି ବୋଝେଇ ଏକ ହାଇଓ୍ବା ରାଜପଥ ଉପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଧରଣର ବିପଦ...

ମନ୍ଥରଗତିରେ ଚାଲିଛି ଅଞ୍ଚଳର ବିକାଶ କାର୍ଯ୍ୟ, ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସମିତିର ନବମ ଅଧିବେଶନ ବୈଠକ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ...

ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri