Posted inଜାତୀୟ

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ ରହିଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ କେନ୍ଦ୍ର ସରକାର ଏହି ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ କରିବାର ଯୋଜନା ରଖିଥିବା ଜଣାପଡିଛି। ତେବେ ସୋମବାର ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ରାଜନୈତିକ ଦଳର ପ୍ରଶଂସା କରିଛନ୍ତି। ଗୋଟିଏ ହେଉଛି ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଓ ବିଜୁ ଜନତା ଦଳ(ବିଜେଡି)। ମୋଦି କହିଛନ୍ତି ଏହି ଦୁଇ ଦଳ ସଂସଦୀୟ ମାନଦଣ୍ଡକୁ ବେଶ୍‌ ଭଲଭାବେ ପାଳନ କରିଛନ୍ତି। ଏମାନେ କେବେବି ଖାଲ ଭିତରକୁ ଯାଆନ୍ତି ନାହିଁ। ଏହାପରେ ବି ସେମାନେ ନିଜ କଥାକୁ ଗୁରୁତ୍ୱ ଦିଅନ୍ତି ଓ କାର୍ଯ୍ୟକାରୀ କରନ୍ତି। ତେଣୁ କେବଳ ମୁଁ ନୁହେଁ ଅନ୍ୟ ଦଳମାନେ ମଧ୍ୟ ବିଜେଡି ଓ ଏନ୍‌ସିପିଠାରୁ ଶିଖିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଡା-ଦହି ଖାଇବାକୁ ଚିରାଗ ପାଶଓ୍ବାନ୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ନୀତୀଶ କୁମାର: ଉପାସ ଫେରିଲେ

ପାଟନା,୧୪।୧: ଆଜି ମକର ସଂକ୍ରାନ୍ତି। ପାଟନାର ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ଚୁଡା-ଦହି ଭୋଜିର ଆୟୋଜନ କରନ୍ତି। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ...

ମଧ୍ୟବିତ୍ତଙ୍କୁ ମିଳିବ ଆଶ୍ୱସ୍ତି! ବଜେଟରେ ଏହି ୫ ଘୋଷଣା କରିବେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ ଫେବୃଆରୀ ୧ ତାରିଖରେ ୨୦୨୫ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରୁ ମଧ୍ୟବିତ୍ତ ଏବଂ କରଦାତାଙ୍କ ଅନେକ ଆଶା...

୪ ସନ୍ତାନ ଜନ୍ମ କରି ଲକ୍ଷେ ଟଙ୍କା ପାଆନ୍ତୁ

ଭୋପାଳ,୧୪।୧: ବ୍ରାହ୍ମଣ ସମ୍ପ୍ରଦାୟର ଯୁବଦମ୍ପତିମାନେ ୪ ସନ୍ତାନ ଜନ୍ମ ପାଇଁ ନିଷ୍ପତ୍ତି ନେଲେ ସେମାନଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ମିଳିବ। ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ...

କିଏ ସେହି ହର୍ଷା ରିଚାରିଆ, ମହାକୁମ୍ଭରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି…

ପ୍ରୟାଗରାଜ,୧୪।୧: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସନ୍ଥ ଏବଂ ମୁନିମାନଙ୍କ ସହିତ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଛନ୍ତି। ବିଶ୍ୱାସର ଏହି...

ମହାକୁମ୍ଭରେ ୧୩ ବର୍ଷୀୟା ଝିଅଙ୍କୁ ସାଧ୍ୱୀ କରିବାରୁ ଉଠିଲା ବିବାଦ

ପ୍ରୟାଗରାଜ,୧୪।୧: ମହାକୁମ୍ଭ ୨୦୨୫ ଏହାର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ପାଇଁ ଶିରୋନାମାରେ ଅଛି, କିନ୍ତୁ ସମ୍ପ୍ରତି ଏକ ଅନନ୍ୟ ଘଟଣା ବିବାଦ ସୃଷ୍ଟି କରିଛି।...

ସେ ଜଣେ ଅଦୂରଦର୍ଶୀ ନେତା, କାହିଁକି ଏମିତି କହିଲେ ମେହେବୁବା ମୁଫତି

ଜମ୍ମୁ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଏବଂ କଶ୍ମୀରର ସୋନମାର୍ଗ ଅଞ୍ଚଳରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୬.୫ କିଲୋମିଟର ଲମ୍ବା ଜେଡ-ମୋଡ ସୁଡ଼ଙ୍ଗକୁ ଉଦଘାଟନ...

ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ...

‘ନାଗ ମାର୍କ ୨’ର ସଫଳ ପରୀକ୍ଷା

ପୋଖରାନ୍‌, ୧୪ା୧: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri