ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଏକ ସମନ୍ବୟ କମିଟି ଗଠନ କରିଛି। ଏଥିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, କଳିକେଶ ସିଂଦେଓ ଓ ସଞ୍ଜୟ ଦାସବର୍ମା ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ୱ ଦେବା ସହ ପୂରା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସୂଚନା ମିଳିଛି।