Posted inଖେଳ

ବିଜୟ ସହ ଦ୍ୱିତୀୟରେ ମୁମ୍ବାଇ

ଚେନ୍ନାଇ, ୨୭।୪(ପି.ଟି.)- ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୪ତମ ମ୍ୟାଚ୍‌ରେ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍ସକୁ ୪୬ ରନରେ ପରାସ୍ତ କରିଛି। ଏଥିସହିତ ମୁମ୍ବାଇ ୧୧ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ୪ ପରାଜୟ ସହ ୧୪ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ ହରାଇ ୧୫୫ ରନ କରିଥିଲା। ଜବାବରେ ଚେନ୍ନାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୪ ଓଭରରେ ୧୦୯ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଜ୍ୱର ଯୋଗୁ ଖେଳି ନ ଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ମ୍ୟାଚରେ ଅନୁଭୂତ ହୋଇଥିଲା। ପରାଜୟ ସତ୍ତ୍ୱେ ଚେନ୍ନାଇ ୧୨ ମ୍ୟାଚରୁ ୮ ବିଜୟ ଓ ୪ ପରାଜୟ ସହ ୧୬ ପଏଣ୍ଟରେ ରହି ଶୀର୍ଷ ସ୍ଥାନ ବଜାୟ ରଖିଛି। ୬୭ ରନର ଦ୍ରୁତ ଇନିଂସ ଖେଳିଥିବା ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୧୫୬ ରନ ଟାର୍ଗେଟର ପିଛା କରି ଚେନ୍ନାଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଭିଜ୍ଞ ଓପନର ମୁରଲୀ ବିଜୟ ୩୫ ବଲରୁ ୩ ଚୌକା ଓ ୧ ଛକା ସହ ୩୮ ରନ କରି ଯଶପ୍ରୀତ୍‌ ବୁମ୍‌ରାଙ୍କ ବଲ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମୁରଲୀଙ୍କୁ ବାଦ ଦେଲେ ଟପ୍‌ ଅର୍ଡର ୫ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଏହି କ୍ରମରେ କାମଚଳା ଅଧିନାୟକ ଶେନ୍‌ ଓ୍ବାଟସନ ୮, ସୁରେଶ ରାଇନା ୨ ରନ କରି ଆଉଟ ହୋଇଥିବା ବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଖାତା ଖୋଲିପାରି ନ ଥିଲେ। ଏହାପରେ କେଦାର ଯାଦବ ୬, ଧ୍ରୁବ ସୋରେ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ଚେନ୍ନାଇ ୬୬ ରନରେ ୬ ଉଇକେଟ ହରାଇଥିଲା। ସପ୍ତମ ଉଇକେଟ ଯୋଡିରେ ଡ୍ବେନ ବ୍ରାଭୋ ଓ ମିଚେଲ ସାଣ୍ଟନର ୨୭ ବଲରୁ ୩୩ ରନ ସଂଗ୍ରହକରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ବ୍ରାଭୋ ୧୭ ବଲରୁ ୨ ଚୌକା ସହ ୨୦ ରନ କରି ଅଭିଜ୍ଞ ଲସିଥ୍‌ ମାଲିଙ୍ଗାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ ଓ ଏହାପରେ ଦୀପକ ଚହର ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ହରଭଜନ ସିଂ ୧ ରନ କରି ଆଉଟ ହେବା ପରେ ଶେଷ ଉଇକେଟ ହିସାବରେ ସାଣ୍ଟନର ୨୨ ରନ (୨୦ ବଲ, ୨ ଛକା) କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ଚେନ୍ନାଇ ବିଜୟଠାରୁ ୪୭ ରନ ଦୂରରେ ରହିଯାଇଥିଲା। ବୋଲିଂରେ ମୁମ୍ବାଇ ତରଫରୁ ମାଲିଙ୍ଗା ସର୍ବାଧିକ ୪, ଯଶପ୍ରୀତ ବୁମ୍‌ରା ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏ, ହାର୍ଦ୍ଦିକ ଓ ଅନୁକୁଲ ରଏ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମେ ଓପନର କ୍ୱିଣ୍ଟନ ଡିକକ୍‌ଙ୍କୁ ହରାଇଥିଲା। ୯ ବଲରୁ ୧ ଚୌକା ଓ ୧ ଛକା ସହାୟତାରେ ଡିକକ୍‌ ୧୫ ରନ କରି ଦୀପକ ଚହରଙ୍କ ବଲରେ ଅମ୍ବାତି ରାୟୁଡୁଙ୍କ କ୍ୟାଚ୍‌ ଦେଇଥିଲେ। ଏହାପରେ ୩୦ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ମାରି ଇଭିନ୍‌ ଲୁଇସ୍‌ ୩୨ ରନ କରି ଡ୍ବେନ ବ୍ରାଭୋଙ୍କୁ କ୍ୟାଚ୍‌ ଦେଇ ମିଚେଲ ସାଣ୍ଟନରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅଧିନାୟକ ରୋହିତ ଶର୍ମା ଓ ଲୁଇସ୍‌ ୫୭ ବଲରୁ ୭୫ ରନ ସଂଗ୍ରହ କରି ଦଳ ପାଇଁ ବୃହତ୍‌ ସ୍କୋର ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମାତ୍ର ୧ ରନ କରିଥିବା ବେଳେ ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ବଲରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଦମ୍‌ଦାର ବ୍ୟାଟିଂ କରି ରୋହିତ ୪୮ ବଲରୁ ୬ ଚୌକା ଓ ୩ ଛକା ସହ ୬୭ ରନର ଦ୍ରୁତ ଇନିଂସ ଖେଳିଥିଲେ। ପଞ୍ଚମ ଉଇକେଟ ଯୋଡିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡ ୨୨ଟି ବଲରୁ ଅପରାଜିତ ୩୩ ରନ କରି ଦଳର ସ୍କୋରକୁ ଦେଢଶହ ପାର କରାଇଥିଲେ। ହାର୍ଦ୍ଦିକ ୧୮ ବଲରୁ ୧ ଚୌକା, ୧ ଛକା ସହ ୨୩ ଓ କିରନ ପୋଲାର୍ଡ ୧୨ ବଲରୁ ୨ ଚୌକା ସହ ୧୩ ରନ କରି ଅପରାଜିତ ରହିଥିଲେ। ଚେନ୍ନାଇ ତରଫରୁ ସାଣ୍ଟନର ୨, ଚହର ଓ ତାହିର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୫/୪ (ରୋହିତ- ୬୭, ଲୁଇସ୍‌- ୩୨, ହାର୍ଦ୍ଦିକ- ୨୩*, ଡିକକ୍‌- ୧୫, ପୋଲାର୍ଡ- ୧୩*, ସାଣ୍ଟନର- ୨/୧୫, ଚହର- ୧/୪୬, ତାହିର- ୧/୩୭)।
ଚେନ୍ନାଇ ସୁପର କିଙ୍ଗ୍ସ ୧୭.୪ ଓଭରରେ ୧୦୯ ଅଲଆଉଟ (ବିଜୟ- ୩୮, ସାଣ୍ଟନର- ୨୨, ବ୍ରାଭୋ-୨୦, ମାଲିଙ୍ଗା- ୪/୩୭, କ୍ରୁନାଲ- ୨/୭, ବୁମରା- ୨/ ୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri