Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୩।୧୦(କ୍ରୀଡ଼ା ପ୍ରତିନିଧି)- ଭଦୋଦରାର ସଂଗ୍ରାମସିଂ ଗାଏକ୍ୱାଡ ସ୍ପୋଟର୍‌ସ ଏକାଡେମୀ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ମ୍ୟାଚରେ ଓଡ଼ିଶା ୩ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ବର୍ଷା ଜନିତ ଆଉଟ୍‌ ଫିଲ୍ଡ ଓଦା ଯୋଗୁ ମ୍ୟାଚକୁ ୨୧ ଓଭର ବିଶିଷ୍ଟ କରାଯାଇଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୧୪୬ ରନ ବିଜୟ ଲକ୍ଷ୍ୟର ପିଛା କରି ହିମାଚଳ ପ୍ରଦେଶ ୨୧ ଓଭରରେ ୯ ଉଇକେଟ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଟୁର୍ନାମେଣ୍ଟରେ ଓଡ଼ିଶାର ଏହା ହେଉଛି ପ୍ରଥମ ବିଜୟ। ଫଳରେ ଦଳକୁ ପୁରା ୪ ପଏଣ୍ଟ ମିଳିଛି। ପୂର୍ବରୁ ପଞ୍ଜାବ ଏବଂ ବରୋଦା ବିପକ୍ଷ ମ୍ୟାଚ ବାତିଲ ହୋଇଯାଇଥିବାରୁ ଓଡ଼ିଶା ୩ ମ୍ୟାଚରୁ ୮ ପଏଣ୍ଟ ପାଇ ଏବେ ୫ମ ସ୍ଥାନରେ ରହିଛି।
ଟସ୍‌ ଜିତି ହିମାଚଳ ପ୍ରଦେଶ ପ୍ରଥମେ ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର ସନ୍ଦୀପ ପଟ୍ଟନାୟକ(୬ ରନ) ଓ ଗୋବିନ୍ଦ ପୋଦ୍ଦାର(୬) ବିଫଳ ହୋଇଥିଲେ ହେଁ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ୪ ନମ୍ବର ବ୍ୟାଟ୍ସମ୍ୟାନ ଅଭିଷେକ ଯାଦବ ଆତ୍ମବିଶ୍ୱାସପୂର୍ଣ୍ଣ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ଶୁଭ୍ରାଂଶୁ ବଡ଼ ସ୍କୋର କରିପାରି ନ ଥିଲେ ହେଁ ଅଧିନାୟକ ଇନିଂସ ଖେଳି ୩୪ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଅଭିଷେକ ୩୪ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ମିଡଲ ଅର୍ଡରରେ ଅଭିଷେକ ରାଉତ(୦) ଓ ଉଇକେଟ କିପର ସୁଜିତ ଲେଙ୍କା(୧) ଫେଲ୍‌ ମାରିଥିଲେ ହେଁ ଲୋୟର ଅର୍ଡରରେ ପ୍ରୟାସ ସିଂ ଦ୍ରୁତ ଇନିଂସ ଖେଳି ୨୦ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୩୧ ରନରେ ଅପରାଜିତ ରହିବାରୁ ଓଡ଼ିଶା ୨୧ ଓଭରରେ ୮ ଉଇକେଟ ହରାଇ ୧୪୫ ରନ କରି ପାରିଥିଲା। ଦୀପକ ବେହେରା ୧୨ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନ କରିଥିଲେ। ପ୍ରତିପକ୍ଷ ବୋଲରଙ୍କ ମଧ୍ୟରେ ଅଙ୍କିତ୍‌ ମାଇନି ୩, ପଙ୍କଜ ଜୟସ୍ବାଲ ୨ ଏବଂ କନଓ୍ବାର ଅଭିନୟ ସିଂ, ରିଷି ଧାଓ୍ବନ ଓ ମାୟଙ୍କ ଡାଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୪୬ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ହିମାଚଳ ପ୍ରଦେଶ ପ୍ରଶାନ୍ତ ଚୋପ୍ରାଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଭଲ ଆରମ୍ଭ କରିଥିଲା। ମାତ୍ର ବ୍ୟାଟିଂରେ ଫେଲ୍‌ ମାରିଥିବା ଓଡ଼ିଶା ଦଳର ବରିଷ୍ଠ ଖେଳାଳି ଗୋବିନ୍ଦ ପୋଦ୍ଦାର ଚମତ୍କାର ବୋଲିଂ କରି ପ୍ରତିପକ୍ଷ ଦଳପାଇଁ ସ୍ଥିତିକୁ କଷ୍ଟକର କରି ଦେଇଥିଲେ। ପୋଦ୍ଦାର ନିଜ ୫ ଓଭର ସ୍ପେଲ୍‌ରେ ୨୭ ରନ ଦେଇ ୪ଟି ଉଇକେଟ ନେବାରୁ ହିମାଚଳ ପ୍ରଦେଶ ଇନିଂସ ୨୧ ଓଭରରେ ୧୪୨/୯ରେ ସୀମିତ ରହି ଯାଇଥିଲା। ପ୍ରଶାନ୍ତ ୩୭ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ସର୍ବାଧିକ ୪୮ ରନ କରିଥିଲେ ହେଁ ଅନ୍ୟ କୌଣସି ଖେଳାଳି ତାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ଅଙ୍କିତ୍‌ କାଲସି ୨୨ ଓ ଅମିତ କୁମାର ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ଓଡ଼ିଶା ବୋଲରଙ୍କ ମଧ୍ୟରେ ପପୁ ରୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ଏବଂ ଦୀପକ ବେହେରା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୨୧ ଓଭରରେ ୧୪୫/୮(ଶୁଭ୍ରାଂଶୁ-୩୯, ଅଭିଷେକ-୩୪, ପ୍ରୟାସ-୩୧*, ଅଙ୍କିତ-୩/୧୪, ପଙ୍କଜ-୨/୩୪, କନଓ୍ବର-୧/୨୮, ଧାଓ୍ବନ-୧/୩୮, ମାୟଙ୍କ-୧/୧୪)। ହିମାଚଳ ପ୍ରଦେଶ ୨୧ ଓଭରରେ ୧୪୨/୯(ପ୍ରଶାନ୍ତ-୪୮, ଅଙ୍କିତ-୨୨, ପୋଦ୍ଦାର-୪/୨୭, ପପୁ-୨/୨୭, ସୂର୍ଯ୍ୟକାନ୍ତ-୨/୨୪, ଦୀପକ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri