ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚକୁ ତର୍କସଙ୍ଗତ କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା। ଗୁରୁବାର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଅର୍ଥ ଆୟୋଗଙ୍କ ସୁପାରିସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିିକୁ ଏକତ୍ର ଯୋଡିବା ଲାଗି ପରାମର୍ଶ ଦିଆଯାଇଛି। ଏଗୁଡ଼ିକୁ ନୂଆ ଜୀବନ ଚକ୍ର ସହ ଯୋଡାଯିବା ଆବଶ୍ୟକ ବୋଲି କୁହାଯାଇଛି। ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ହିଁ ତୁଲାଇଥାନ୍ତି। ଏଥିପାଇଁ କେନ୍ଦ୍ର କେବଳ ଆର୍ଥିକ ସହାୟତା ଦେଇଥାଏ। ତେବେ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚର ଏକ ଅଂଶ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ବହନ କରିବାକୁ ପଡେ। ପ୍ରତ୍ୟକ୍ଷ ଟିକସ ଆଦାୟକୁ ନେଇ ୧୫ତମ ଅର୍ଥ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପରୋକ୍ଷ ଟିକସ ଆଦାୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାଇଛନ୍ତି। ଅନୁଷ୍ଠିତ ବୈଠକରେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ସିବିଡିଟି ଅଧ୍ୟକ୍ଷ ପି.ସି.ମୁଡି ଏବଂ ସିବିଆଇସି ଅଧ୍ୟକ୍ଷ ପି.କେ. ଦାସ ସାମିଲ ହୋଇଥିଲେ। ତେବେ ଅର୍ଥ ଆୟୋଗ ପକ୍ଷରୁ ଏନ୍. ସିଂ ବୈଠକରେ ଅଧ୍ୟକ୍ଷତା କରିଥିଲେ।
![](https://www.dharitri.com/wp-content/uploads/2024/12/liquor.jpg)
ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍
ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...
![](https://www.dharitri.com/wp-content/uploads/2024/05/1604601-gdp.webp)
୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ
ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...
![](https://www.dharitri.com/wp-content/uploads/2024/12/gcaeind8_income-tax_625x300_03_July_24.webp)
କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି
ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...
![](https://www.dharitri.com/wp-content/uploads/2024/12/WhatsApp-Image-2024-12-26-at-11.45.45-AM.jpeg)
Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ
ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍...
![](https://www.dharitri.com/wp-content/uploads/2023/07/Nita-Ambani.jpg)
ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା
ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍ ନୀତା ଏମ୍ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...
![](https://www.dharitri.com/wp-content/uploads/2024/12/india-post.jpeg)
ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍ ପୋଷ୍ଟ’ ସେବା
ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍କା...
![](https://www.dharitri.com/wp-content/uploads/2024/12/Untitled-3-24.jpg)
ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର
ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଅକ୍ଟୋବରରେ ସ୍ପଟ୍ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍ବିଆଇ ପକ୍ଷରୁ...
![](https://www.dharitri.com/wp-content/uploads/2024/12/Untitled-2-24.jpg)
ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍ସ
ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)