Posted inଜାତୀୟ

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ ଯୋଗ ଦିଅନ୍ତୁ କି ନ ଦିଅନ୍ତୁ, ସେମାନଙ୍କୁ ଆବଦ୍ଧ କରି ରଖାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ବିଚାରପତିଙ୍କ ଚାମ୍ବରରେ ହାଜର ହୋଇ ମତ ରଖିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଖଣ୍ଡପୀଠ କହିଥିଲେ, ଏହା ଠିକ୍‌ ନୁହେଁ। ଏପରିକି ବିଧାୟକମାନଙ୍କ ପାଖକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ପଠାଇବାକୁ ମଧ୍ୟ ଖଣ୍ଡପୀଠ ମନା କରିଦେଇଥିଲେ। ଆସ୍ଥାଭୋଟ କାହା ସପକ୍ଷରେ ଯାଉଛି, ବିଧାନସଭା ତାହା ନିର୍ଣ୍ଣୟ କରିବାରେ ଅଦାଲତ ପ୍ରତିବନ୍ଧକ ହେଉନାହାନ୍ତି। ବିଧାୟକମାନଙ୍କର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ସୁନିଶ୍ଚିତ କରିବା ଅଦାଲତଙ୍କ କାମ ବୋଲି ବିଚାରପତି କହିଥିଲେ।
ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ନ କରାଇ ବାଚସ୍ପତି କରୋନା ଭୂତାଣୁ ସଂକ୍ରମଣ ଆଳରେ ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶିବରାଜଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଉପସ୍ଥିତ ରହି ୧୬ ବିଧାୟକଙ୍କୁ ବିଚାରପତିଙ୍କ ଚାମ୍ବରରେ ହାଜର କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ। ବିକଳ୍ପ ଭାବରେ କର୍ନାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ସମ୍ପୃକ୍ତ ବିଧାୟକମାନଙ୍କ ପାଖକୁ ପଠାଇ ଭିଡିଓ ରେକର୍ଡିଂ କରାଇବାକୁ ମଧ୍ୟ ରୋହତଗୀ ଅନୁରୋଧ କରିଥିଲେ। ବାଚସ୍ପତି ସେମାନଙ୍କ ଇସ୍ତଫାକୁ ଅଟକାଇପାରିବେ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ ୨୨ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ ପିଟିଶନ ଦାଏର ହୋଇଥିଲା। ଆସ୍ଥାଭୋଟକୁ ଉପନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇଦେବାକୁ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଦଳ (ଏମ୍‌ପିସିଏଲ୍‌ପି) ପକ୍ଷରୁ ଏଥିରେ ଆବେଦନ କରାଯାଇଥିଲା। କମଲନାଥଙ୍କ ନେତୃତ୍ୱାଧୀନ ସରକାର ସେପର୍ଯ୍ୟନ୍ତ କ୍ଷମତାରେ ରହିଲେ ଆକାଶ ଖସିପଡ଼ିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ। ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଭାଜପା ଏବଂ କଂଗ୍ରେସର ପିଟିଶନର ଶୁଣାଣିକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ମନମୋହନ ସିଂ: ଭାରତର ଦିଗ ବଦଳାଇଥିବା ସରଳ ନେତା

ନୂଆଦିଲ୍ଲୀ,୨୬ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ସରଳତାରେ ପରିପୂର୍ଣ୍ଣ ନେତା ଥିଲେ। ୧୯୯୧ ରେ, ସେ ପ୍ରଧାନମନ୍ତ୍ରୀ...

ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ମନମୋହନଙ୍କ ପରଲୋକରେ ଶୋକର ଛାୟା...

ଆର୍ଥିକ ଉଦାରୀକରଣ, ନରେଗା, ଆଧାର ଏବଂ RTI ରେ ପ୍ରମୁଖ ଭୂମିକା….ଜାଣନ୍ତୁ ମନମୋହନଙ୍କ ସମସ୍ତ ଉପଲବ୍ଧି

ନୂଆଦିଲ୍ଲୀ,୨୬ା୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ଜଣାଶୁଣା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂ ଗୁରୁବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ...

କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ

ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri