ବିଦ୍ୟାର୍ଥୀଙ୍କ ବିଦେଶ ମୋହ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଏବେ ଅଭିଭାବକ ହୁଅନ୍ତୁ କି ବିଦ୍ୟାର୍ଥୀ ନିଜେ, ଖୁବ୍‌ ଛୋଟବେଳୁ ତାଙ୍କ ମନରେ ବିଦେଶରେ ଶିକ୍ଷାଗ୍ରହଣ କରିବାର ମନୋବୃତ୍ତି ଘରକରି ରହୁଛି। ଭଲ ପାଠ ପଢ଼ି ବିଦେଶ ଯାତ୍ରା କଲେ ସ୍ବଚ୍ଛଳ ଜୀବନ, ଉନ୍ନତ ଜୀବନଶୈଳୀ ଏବଂ ମୋଟା ଅଙ୍କର ଦରମା ସମ୍ଭବ, ତେଣୁ ବିଦେଶ ଯିବାର ମୋହ ସବୁ ବିଦ୍ୟାର୍ଥୀଙ୍କ ମନରେ ଅଳ୍ପେ ବହୁତେ ରହିଥାଏ। ମାତ୍ର କେବେ କ’ଣ ଚିନ୍ତା କରାଯାଇଛି ଯେ ସ୍ବଦେଶରେ ଶିକ୍ଷାଗ୍ରହଣ ଛାଡି ଏତେ ମାତ୍ରାରେ ପିଲା ଅନ୍ୟ ଦେଶକୁ ଯାଉଛନ୍ତି କାହିଁକି ? ଏହାର କାରଣ ଆମ ଦେଶରେ ଉଚ୍ଚଶିକ୍ଷା ଗ୍ରହଣ ଓ ଯୋଗ୍ୟତା ଅନୁଯାୟୀ ଚାକିରି ନ ମିଳିବା କ୍ଷେତ୍ରରେ ପରିଲକ୍ଷିତ ଅଭାବ କିମ୍ବା ବିଦେଶର ଆକର୍ଷକ ସୁବିଧା ଓ ଦରମା ନୁହେଁ ତ?
ନିଶ୍ଚିତ ଭାବରେ ଏହା ହିଁ ଭାରତୀୟଙ୍କ ବିଦେଶ ମୋହର ପ୍ରଧାନ କାରଣ। ପ୍ରଥମେ ତ ସେଠାରେ ଆମ ଦେଶ ଅପେକ୍ଷା ସିଟ୍‌ ସଂଖ୍ୟା ଅଧିକା, ଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିଛି ତାହା ହେଉଛି, ସେଠାରେ ଶିକ୍ଷା ଶେଷ କରି ଆସୁଥିବା ପିଲାମାନେ ସ୍ବଦେଶକୁ ଫେରି ପରୀକ୍ଷା ଦେଇ ଆଗକୁ ଉଚ୍ଚ ଶିକ୍ଷା ଗ୍ରହଣ ଏବଂ ସରକାରୀ ଚାକିରି କରିବାରେ ବି କିଛି ପ୍ରତିବନ୍ଧକ ନାହିଁ।
ଏହି ପରିସ୍ଥିତିରୁ ଆକଳନ କରାଯାଇପାରେ ଯେ ଭାରତରେ ଏବେ ଉଚ୍ଚଶିକ୍ଷାର ସ୍ଥିତି ଚିନ୍ତାଜନକ। ବିଭିନ୍ନ ଶିକ୍ଷା ସଂସ୍ଥାନରେ ଯୋଗ୍ୟ ଶିକ୍ଷକଙ୍କ ସହିତ ଆହୁରି ଅନେକ ପାରିପାର୍ଶ୍ୱିକ ସୁବିଧାର ଅଭାବ ଫଳରେ ଉପଯୁକ୍ତ ଶିକ୍ଷାଦାନ ହୋଇପାରୁନାହିଁ। ଗୋଟିଏ ପଟେ ଶିକ୍ଷା ସଂସ୍ଥାନଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ଜୋର ଦିଆଯାଉଥିବା ବେଳେ ଅନ୍ୟପଟେ ଶିକ୍ଷକ ପଦୀ ଖାଲି ରହୁଛି। ସଂଖ୍ୟା ଦୃଷ୍ଟିରୁ ଉଚ୍ଚତର ଶିକ୍ଷା ବ୍ୟବସ୍ଥା ଦିଗରେ ଆମେରିକା ଓ ଚାଇନା ପରେ ଭାରତର ସ୍ଥାନ ତୃତୀୟ। ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ, ବିଶ୍ୱର ୧oo ଶୀର୍ଷ ବିଶ୍ୱବିଦ୍ୟାଳୟ ଭିତରେ ଭାରତର ଗୋଟିଏ ମଧ୍ୟ ବିଶ୍ୱବିଦ୍ୟାଳୟ ଆସୁନାହିଁ।
ଆମ ଦେଶରେ ଅଧ୍ୟୟନରତ ପିଲାଙ୍କ ପାଖରେ ଯେ ଯୋଗ୍ୟତାର ଅଭାବ ରହିଛି ତାହା ନୁହେଁ ବରଂ ଏହାପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରବେଶିକା କାର୍ଯ୍ୟପ୍ରଣାଳୀ ଦାୟୀ। ଉଦାହରଣ ସ୍ବରୂପ ଆମ ଦେଶରେ ୯୦% ରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ର ଦିଲ୍ଲୀ ୟୁନିଭର୍ସିଟି (ଡି.ୟୁ.)ରେ ନିଜ ପସନ୍ଦ ଓ ଇଚ୍ଛା ମୁତାବକ ବିଷୟରେ ପଢ଼ିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି। ଭଲ ମାର୍କ ରଖିବା ସତ୍ତ୍ୱେ ଭଲ କଲେଜରେ ପ୍ରବେଶ ହୋଇ ନ ପାରିଲେ ସେମାନେ ମଧ୍ୟମ ଏବଂ ନିକୃଷ୍ଟ ସ୍ତରୀୟ କଲେଜରେ ପଢିବା ଅପେକ୍ଷା ଦେଶ ବାହାରକୁ ଯାଇ ପଢିବାକୁ ଉଚିତ ମନେକରୁଛନ୍ତି। ଅପରପକ୍ଷେ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ୟୁ.କେ. ଆଦି ରାଷ୍ଟ୍ରରେ ୯୦% ମାର୍କ ରଖିଥିବା ପିଲାମାନେ ଇଚ୍ଛା ଅନୁଯାୟୀ ଯେ କୌଣସି ବିଷୟ ନେଇ ଅଧ୍ୟୟନ କରିବାକୁ ସକ୍ଷମ ହେଉଛନ୍ତି। ବିଦେଶରେ ପଢ଼ିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ସେଠି ପାଠପଢା ଆରମ୍ଭ ହେବାର ଗୋଟିଏ ବର୍ଷ ପୂର୍ବରୁ ପ୍ରବେଶିକା ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ ହୋଇଯାଏ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟ ଚୟନ କରି ପଢ଼ିବା ପାଇଁ ସମୟ ଓ ସ୍ବାଧୀନତା ମିଳିଥାଏ।
ଭାରତ ଅନେକ ପ୍ରକାରର ବୃତ୍ତି ଯେପରି ଚଳଚ୍ଚିତ୍ର ନିର୍ମାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଖୁବ୍‌ ପଛରେ ରହିଛି। ମାତ୍ର ଏହିସବୁ କ୍ଷେତ୍ରରେ ପଢାପଢ଼ି ଏବଂ ରୋଜଗାରକ୍ଷମ ହେବାର ସୁବିଧା ସହଜରେ ଏବଂ ଉନ୍ନତ ଭାବରେ ବିଦେଶରେ ଉପଲବ୍ଧ ହୋଇଥାଏ। ଭିନ୍ନ ଭିନ୍ନ ପ୍ରକାରରେ କାର୍ଯ୍ୟକ୍ଷମ ହେବାର ସୁଯୋଗ ସହିତ ଅଧିକ ବେତନ ମଧ୍ୟ ମିଳିଥାଏ। ଅଧ୍ୟୟନରୁ ଜଣାଯାଇଛି ଯେ ଏସୀୟ ଦେଶଗୁଡିକରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ୮୦% ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ପାଇଁ ଏହି କାରଣରୁ ବିଦେଶ ଯିବାକୁ ଇଚ୍ଛୁକ ହୁଅନ୍ତି। ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟଗୁଡିକ ତରଫରୁ ବିଦ୍ୟାର୍ଥୀମାନଙ୍କୁ ଭିଜା ପ୍ରଦାନ କରାଯାଇ ବିଦେଶରେ ରହି ସେମାନଙ୍କ ପାଠପଢ଼ିବାର ସ୍ବପ୍ନକୁ ସାକାର କରାଯାଇପାରୁଛି, ତେଣୁ ସେମାନଙ୍କ ବିଦେଶ ଆକର୍ଷଣ କ୍ରମେ ବଢ଼ି ବଢ଼ି ଚାଲିଛି।
ସବୁଠାରୁ ବିଶେଷ ଆକର୍ଷଣ ଯାହା ବିଦ୍ୟାର୍ଥୀଙ୍କୁ ବିଦେଶରେ ଶିକ୍ଷାଗ୍ରହଣ କରିବା ପାଇଁ ଉତ୍ସାହିତ ଏବଂ ପ୍ରେରିତ କରେ, ତାହା ହେଉଛି ଅନୁସନ୍ଧାନ ଏବଂ ଗବେଷଣାଧର୍ମୀ କାର୍ଯ୍ୟକ୍ରମ। ଭାରତ ତୁଳନାରେ ବିଦେଶରେ ଏହା ଉନ୍ନତ ମାନର ହୋଇଥାଏ ଏବଂ ବିଦ୍ୟାର୍ଥୀଗଣ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ମନେକରନ୍ତି। ଗୋଟିଏ ପଟେ ଭାରତର ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ନିଜ ସଂସ୍ଥାରେ ପ୍ରବେଶ ପାଇଁ ବିଦେଶୀ ଶିକ୍ଷା ସଂସ୍ଥାଗୁଡିକ ଖୁବ୍‌ ଆଗ୍ରହୀ ହୋଇଥିବା ବେଳେ ଅନ୍ୟ ପଟେ ଆମ ମେଧାବୀ ବିଦ୍ୟାର୍ଥୀମାନେ ଉଚ୍ଚକ୍ଷମତା ସମ୍ପନ୍ନ କମ୍ପାନୀଗୁଡିକରେ କାମ କରିବାର ସୁଯୋଗ ପାଇବା ଅଭିଭାବକ ତଥା ଛାତ୍ରୀଛାତ୍ରଙ୍କୁ ବିଦେଶ ମୋହରେ ପକେଇସାରିଛି।
କାନାଡ଼ା, ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକାରେ ଅଧିକ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଥିବାରୁ ନିକଟ ଭବିଷ୍ୟତରେ ଭାରତୀୟ ଛାତ୍ରଙ୍କ ବିଦେଶ ଗମନ ଧାରା ଜାରି ରହିବ ବୋଲି ଅନୁମାନ କରାଯାଉଛି। କେବଳ ଆମେରିକାରେ ୪oooରୁ ଅଧିକ ବିଶ୍ୱବିଦ୍ୟାଳୟ ରହିଛି। ସେଠାରେ ନିଯୁକ୍ତି ପାଇଥିବା ଛାତ୍ରୀଛାତ୍ରଙ୍କୁ ବେତନ ଓ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି। ଉପରୋକ୍ତ ବିଷୟ ଆଲୋଚନାର ପ୍ରାସଙ୍ଗିକତା ଏହା ଯେ ସବୁ ଯୋଗ୍ୟ ଏବଂ ମେଧାବୀ ବିଦ୍ୟାର୍ଥୀ ବିଦେଶରେ ଶିକ୍ଷାଗ୍ରହଣ କରିବା ଆମ ଦେଶ ପାଇଁ ଖୁସିର ବିଷୟ, ମାତ୍ର ଶିକ୍ଷାଗ୍ରହଣ ପରେ ନିଜ ଦେଶକୁ ନ ଫେରି ସେଠାକାର ସ୍ଥାୟୀ ବାସିନ୍ଦା ରୂପେ ରହିଗଲେ, ତାଙ୍କ ଉଚ୍ଚଶିକ୍ଷା ଏବଂ ଗବେଷଣା ଆମ ଦେଶର ହିତ କାମରେ ଲାଗିପାରିବ ନାହିଁ। ତେଣୁ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କୁ ଅନୁରୋଧ ବିଦେଶରେ ଶିକ୍ଷା ପାଇବା ପରେ ସେହି ଶିକ୍ଷାକୁ ନିଜ ଦେଶର ହିତ ପାଇଁ ଉତ୍ସର୍ଗ କରିବାର ମନୋବୃତ୍ତି ରଖନ୍ତୁ। ଅପରପକ୍ଷେ ଆମ ଦେଶରେ ମେଧାବୀ ଏବଂ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗେଇଦେବା ପାଇଁ ସରକାର ସେହି ମାନର ବିଶ୍ୱବିଦ୍ୟାଳୟ ଗଠନ ସହିତ ସେମାନଙ୍କୁ ପଢ଼ିବାର ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ।
ମୋ:୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri