ନୂଆଦିଲ୍ଲୀ,୧୪।୫: ସରକାର କ୍ଷତିରେ ଚାଲୁଥିବା ଦେଶର ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଲାଗି ୯୦ ହଜାର କୋଟି ଟଙ୍କାର ନଗଦ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ସରକାରଙ୍କ ମେଗା ପ୍ୟାକେଜ ଅଧୀନରେ ଏହି ରାଶି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତିରେ ଚାଲୁଥିବାରୁ ଏଭଳି ସହାୟତା ରାଶି କମ୍ପାନୀଗୁଡିକର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଉଛି।