Posted inରାଜ୍ୟ

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ : ରାଜ୍ୟରେ ଦକ୍ଷ ଶଲ୍ୟ ବିଶେଷଜ୍ଞ, ଆଇସିୟୁ ଅଭାବ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି) ଓ ସବ୍‌ ଡିଭିଜନାଲ ହସ୍ପିଟାଲର ଶଲ୍ୟ ଚିକିତ୍ସା (ସର୍ଜରି) ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି। ଏହାକୁ ପୂରଣ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଦକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି, ମେଡିସିନ ଏବଂ ଶିଶୁ ବିଭାଗରେ ପିଜି ଡିଗ୍ରୀ କରିଥିବା ଡାକ୍ତରମାନେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସିଏଚ୍‌ସି ଓ ସବ୍‌ ଡିଭିଜନାଲ ହସ୍ପିଟାଲରେ ଶଲ୍ୟ ବିଶେଷଜ୍ଞଭାବେ ନିଯୁକ୍ତ କରାଯିବା ଉଚିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପରାମର୍ଶ ଦିଆଯାଇଛି।
କମିଟି ଉପସ୍ଥାପନ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଆନାଟୋମି, ଫିଜିଓଲୋଜି, ବାୟୋକେମିଷ୍ଟ୍ରି, ଫାର୍ମାକୋଲୋଜି, ଏଫ୍‌ଏମ୍‌ଟି, ଏସ୍‌ପିଏମ୍‌ ଓ ପାର୍‌ସିଆଲି ପାଥୋଲୋଜି ଭଳି ନନ୍‌-କ୍ଲିନିକାଲ ବିଭାଗର ପିଜି ଡାକ୍ତରମାନଙ୍କୁ କୋର୍ସ ଶେଷ କରିବା ପରେ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯାଉ। ଫଳରେ ସେମାନେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ। ଏପରିକି ସିନିୟର ରେସିଡେଣ୍ଟଶିପ୍‌ ଶେଷ କରିଥିବା ଡାକ୍ତରମାନଙ୍କୁ ନିଶ୍ଚିତ ରୂପେ ଉପରୋକ୍ତ ବିଭାଗରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯିବା ଉଚିତ। ତେବେ ମେଡିକାଲ କଲେଜରେ ସ୍ଥାୟୀ ସହକାରୀ ପ୍ରାଧ୍ୟାପକ ଭାବେ ନିଯୁକ୍ତି ନ ପାଇଲା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ଡାକ୍ତରଖାନାରେ ଆଇସିୟୁ ଅଭାବ ସଂକ୍ରାନ୍ତରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଓ ଗୁରୁତର ରୋଗୀମାନେ ବିଭିନ୍ନ ହସ୍ପିଟାଲକୁ ଯାଉଛନ୍ତି। ପ୍ରଥମେ ଉପଜିଲା ଚିକିତ୍ସାଳୟ(ଏସ୍‌ଡିଏଚ୍‌), ପରେ ଜିଲା ଚିକିତ୍ସାଳୟ(ଡିଏଚ୍‌) ଓ ଶେଷରେ ମେଡିକାଲ କଲେଜକୁ ରେଫର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ଆଇସିୟୁ ଅଭାବରୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଉଥିବା ଦେଖାଯାଉଛି। ତେଣୁ ସରକାର ଏସ୍‌ଡିଏଚ୍‌ ଓ ଡିଏଚ୍‌ଗୁଡ଼ିକରେ ଆଇସିୟୁ ୟୁନିଟ୍‌ ସ୍ଥାପନ କରିବା ସହିତ ସବୁ ପ୍ରକାର ସୁବିଧା ଯୋଗାଇଦେବା ଉଚିତ। ସେହିଭଳି କଟକ ଏସ୍‌ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଆଇସିୟୁ/ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉ। ମେଡିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ଡ୍ରେସ୍‌ କୋଡ୍‌ କରାଯାଉ। ସାଧାରଣ ଲୋକଙ୍କ ଦାବି ଅନୁସାରେ ରାଜ୍ୟର ପ୍ରତି ବ୍ଲକ୍‌ରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟ ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ଲତିକା ପ୍ରଧାନ, ଲକ୍ଷ୍ମଣ ମୁଣ୍ଡା, ମୀନାକ୍ଷୀ ମହାନ୍ତ, ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ୧୧ଜଣ ବିଧାୟକ ଏବଂ ସଚିବ ଦାଶରଥି ଶତପଥୀ, ଯୁଗ୍ମ ସଚିବ ସୁଶୀଳା ମଲ୍ଲିକଙ୍କ ସମେତ ୪ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ଚିଲିକାରେ ପକ୍ଷୀଗଣନା

ବାଲୁଗାଁ,୧୬ା୧: ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ,...

ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ଖବର ଉପରେ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬।୧: ରାଜ୍ୟରେ ଏବେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେବେ ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ଖବର ଭାଇରାଲ...

ପୁଣି ପାଣ୍ଡିଆନ ସକ୍ରିୟ! ଶଙ୍ଖ ଭବନରେ ଚାଲିଛି ବଡ଼ ପ୍ଲାନ, ଭାଜପା କହିଲା…

ଭୁବନେଶ୍ୱର,୧୬।୧: ପୁଣି ସକ୍ରିୟ ହୋଇ ଉଠିଲେଣି କାର୍ତ୍ତିକ ପାଣ୍ଡିଆନ। ଏବେ ନବୀନ ନିବାସରେ ଚାଲୁନି ନବୀନ ଦରବାର। ଏବେ ପୁଣି ପାଣ୍ଡିଆନଙ୍କ ହୁକୁମ ଚାଲିଲାଣି। ବିଜେଡିର...

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର...

ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

ଓଡ଼ିଶା ସ୍ବାସ୍ଥ୍ୟସେବାରେ ମୋଦି ଗ୍ୟାରେଣ୍ଟି

ଓଡ଼ିଶାର ସ୍ବାସ୍ଥ୍ୟସେବା ଇତିହାସରେ ଜାନୁଆରୀ ମାସ ୧୩ ତାରିଖ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ...

‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ...

ଏମ୍‌ଏସ୍‌ପି, ଇନ୍‌ପୁଟ୍‌ ସବ୍‌ସିଡି ବାବଦକୁ ୭୯୦୧ କୋଟି ପାଇଲେଣି ଚାଷୀ

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି। ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ୍‌ ନ ପଡ଼ନ୍ତି, ଏଥିଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image