ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ: ଜମିବାଡ଼ି ବିବାଦରୁ ଘଟିଛି ପୁରୀ ଟ୍ରିପଲ୍‌ ମର୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଦୀର୍ଘଦିନର ଜମିବାଡି ବିବାଦ ଘଟଣାରୁ ପୁରୀ ଟ୍ରିପଲ୍‌ ମର୍ଡର ହୋଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଗୃହରେ ପୁରୀ ଜିଲାର ସଦାନନ୍ଦପୁର ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ବିବୃତି ଦେଇ କହିଛନ୍ତି ଯେ ୨୦୧୯ ଜୁଲାଇ ୧୪ ତାରିଖରେ ୩ ଜଣଙ୍କୁ ହତ୍ୟା କରାଯିବା ଘଟଣା ଦୁର୍ଭାଗ୍ୟଜନକ। ଏହି ନେଇ ସତ୍ୟବାଦୀ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହାକୁ ଅତି ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆତ୍ମଗୋପନ କରିଥିବା ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ଚଢାଉ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ ଏବଂ ଅଭିଯୁକ୍ତ ଗୋଟିଏ ଅଞ୍ଚଳରେ ବାସ କରନ୍ତି ଏବଂ ସେମାନେ ଦୂର ସମ୍ପର୍କୀୟ। ଦୀର୍ଘ ଦିନର ଜମିବାଡି ବିବାଦ ମାମଲାକୁ ନେଇ ସେମାନଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ହତ୍ୟାକାଣ୍ଡ ଘଟିଛି। ପୋଲିସ ଏନେଇ ତ୍ୱରିତ ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଗିରଫ କରି ପାରିଛି। ଏଥିସହିତ ସଂଗଠିତ ଅପରାଧକୁ ରୋକିବାକୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି। ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ଅଛି। ରାଜ୍ୟରେ ଶାନ୍ତି ରହିଛି। ମାଓବାଦୀ ଦମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଛି। ଉପଯୁକ୍ତ ସୁରକ୍ଷା କାରଣରୁ ରାଜ୍ୟରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ବାତ୍ୟା ଫନୀ ବେଳେ ପୋଲିସ କେବଳ ଆଇନ ଶୃଙ୍ଖଳା ଦାୟିତ୍ୱ ତୁଲାଇ ନ ଥିଲା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢାଇଥିଲା। ରାଜ୍ୟରେ ଲୋକମାନଙ୍କ ଧନଜୀବନ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ମୋ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ପୁରୀ ଜିଲାରେ ଟ୍ରିପଲ୍‌ ମର୍ଡର କେସ,କେନ୍ଦ୍ରାପଡା ଗୁଳିକାଣ୍ଡ ଏବଂ ଅନ୍ୟାନ୍ୟ ଘଟଣାକୁ ନେଇ ବିରୋଧୀ ଦଳ ସୋମବାର ବିଧାନସଭାରେ ହଙ୍ଗାମା କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ଏ ନେଇ ବିବୃତି ଦିଅନ୍ତୁ ବୋଲି ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା

ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍‌ର ମଳମୂତ୍ର...

ସ୍ବପ୍ନ ନୁହେଁ – ବାସ୍ତବତାର ନୂଆ ସକାଳ

ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଦୂରଦର୍ଶୀ ଜନନେତା ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫। ଏଥିପାଇଁ...

ଆଜିଠୁ ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ : ଉଦ୍‌ଘାଟନ କରିବେ ମୋଦି

ଭୁବନେଶ୍ୱର,୨୮ା୧(ଅନିଲ ଦାସ): ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ।...

ଏହି ଦିନ ସରିବ ଇ-କେୱାଇସି ଅପ୍‌ଡେଟ: ତୁରନ୍ତ ସାରି ଦିଅନ୍ତୁ ସବୁ କାର୍ଯ୍ୟ

ଭୁବନେଶ୍ୱର,୨୮ା୧(ଅନିଲ ଦାସ):ଆସନ୍ତା ୪ ଦିନ ପରେ ରାଜ୍ୟରେ ରାଶନ କାର୍ଡ ଇ-କେୱାଇସି ଅପ୍‌ଡେଟ କାର୍ଯ୍ୟ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ...

୭ ମାସରେ ୫ଥର: ଆଜି ପୁଣି ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୬ା୧(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୫ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଗସ୍ତରେ ଆସୁଛନ୍ତି।...

ଖୋଲିଲା ମଝିଘରିଆଣୀଙ୍କ ୯ ହୁଣ୍ଡି: ମିଳିଲା ୯୪.୪୯ ଲକ୍ଷ, ୫ ବିଦେଶୀ ନୋଟ ସହ ୯୩ ଗ୍ରାମ୍‌ ସୁନା

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ସୋମବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ନଗଦ...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ମାଲକାନଗିରି, ୨୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଓ ଦୌରା ଜଜ୍‌ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା ସୋମବାର ଏକ ହତ୍ୟା ମାମଲାର ଶୁଣାଣି କରି ସ୍ତ୍ରୀ...

ଏହି ଦିନ ଶେଷ ହେବ ରାଶନ କାର୍ଡ ଇ-କେୱାଇସି, ନକରିଥିଲେ…

ଭୁବନେଶ୍ୱର,୨୭ା୧(ଅନିଲ ଦାସ)- ଆସନ୍ତା ୪ ଦିନ ପରେ ରାଜ୍ୟରେ ରାଶନ କାର୍ଡ ଇ-କେୱାଇସି ଅପ୍‌ଡେଟ କାର୍ଯ୍ୟ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image