ବିଧାନସଭାରେ ବ୍ଲକ ପୁନର୍ଗଠନ ଦାବିକଲେ ବିରୋଧୀ ଓ ଶାସକ; ବ୍ଳକ ଗଠନ ପାଇଁ ଏବେ କୌଣସି ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ବ୍ଲକ ପୁନର୍ଗଠନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ୧୯୫୮ ମସିହାରୁ ବ୍ଲକ ପୁନର୍ଗଠନ କାର୍ଯ୍ୟ କରାଯାଇ ୩୧୪ଟି ଗଠିତ ହୋଇଛି। ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ ୧୯୫୯ର ଧାରା ୧୫(୧) ଅନୁଯାୟୀ, ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ଜିଲାଗୁଡ଼ିକରେ ବ୍ଲକ ଗଠନ କରିବାର ବ୍ୟବସ୍ଥା ରହିଛି। ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ରାଜ୍ୟରେ ବ୍ଲକ ପୁନର୍ଗଠନ କେବେ ହୋଇଥିଲା। ଦେଶର କେତେକ ରାଜ୍ୟରେ ବ୍ଲକ ପୁନର୍ଗଠନ ହୋଇଥିବା ବେଳେ ଓଡ଼ିଶାରେ ନ ହେବାର କାରଣ କ’ଣ। ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କର କି ପ୍ରସ୍ତାବ ରହିଛି। ଆମ ସରକାର ଗଠନ ହେବା ପରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା। ସ୍ବାଧୀନତା ପରେ କେତେ ବ୍ଲକ ଗଠନ ହୋଇଛି। ଗୋଟିଏ ବ୍ଲକରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେଲେଣି। ଲୋକଙ୍କୁ ପ୍ରଶାସନିକ ସୁବିଧା କେମିତି ଯୋଗାଇ ଦିଆଯିବ ବୋଲି ସେ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ୨୦୦୨ ଏବଂ ୨୦୧୭ରେ ପଞ୍ଚାୟତ ପୁନର୍ଗଠନ ହୋଇଛି। ୧୯୫୮ରୁ ୬୩ ମଧ୍ୟରେ ୩୦୭ଟି ବ୍ଲକ ଏବଂ ୧୯୬୫ରେ ଆଉ ୨ଟି ବ୍ଲକ ଗଠନ ହୋଇଛି। ନୂତନ ବ୍ଲକ ଗଠନ କରିବା ପାଇଁ ୧୯୯୩ରେ ରାଜ୍ୟ ସରକାର କୃଷ୍ଣପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ରିପୋର୍ଟ ଦେଇପାରିଲେ ନାହିଁ। ୧୯୯୫ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। କମିଟି ରାଜ୍ୟରେ ୩୨୭ଟି ନୂଆ ବ୍ଲକ ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୩ରେ ମାଲକାନଗିରି ଜିଲାର କୁଡୁମୁଲା ବଦଳରେ ଚିତ୍ରକୋଣ୍ଡାକୁ ବ୍ଲକ ଭାବେ ଘୋଷଣା କରାଯାଇଥିଲା। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ପଞ୍ଚାୟତରୁ ବ୍ଲକକୁ ୩୫ କିମି ଯିବାକୁ ପଡ଼ୁଛି। ବୋରିଗୁମ୍ମା ବ୍ଲକରେ ୩୫ଟି ପଞ୍ଚାୟତ ରହିଛି। ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବ୍ଲକଗୁଡିକର ପୁନର୍ଗଠନ କରନ୍ତୁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଅନନ୍ତ ଦାସ, ସୀମାରାଣୀ ନାୟକ, ଭୂପିନ୍ଦର ସିଂ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ଭାଜପା ସଭ୍ୟ ସନାତନ ବିଜୁଳି ପଚାରିଥିଲେ ଯେ, ଭୋଗରାଇ ନିର୍ବାଚନମଣ୍ଡଳୀରେ ଗୋଟିଏ ବ୍ଲକ ଓ ଗୋଟିଏ ତହସିଲ ରହିଛି। ଏହା ଉପରେ ୫୦ ପଞ୍ଚାୟତ ନିର୍ଭର କରୁଛନ୍ତି। ରାଜ୍ୟରେ ଏଭଳି ନିର୍ବାଚନମଣ୍ଡଳୀ କେଉଁଠି ନ ଥିବ। ଏହି ନିର୍ବାଚନ ମଣ୍ଡଳୀରେ ନୂଆ ବ୍ଲକ ଗଠନ କରାଯାଉ। ହିନ୍ଦୋଳ ବ୍ଲକ ପୁନର୍ଗଠନ କରିବାକୁ ଦାବି କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ କହିଥିଲେ, ଭୋଗରାଇ ରାଜ୍ୟର ସବୁଠାରୁ ବଡ଼ ବ୍ଲକ। ଏହି ବ୍ଲକରେ ୨ଲକ୍ଷ ୮୩ ହଜାର ୫୮୬ ଲୋକ ଅଛନ୍ତି। ଏହି ବ୍ଲକର ପୁନର୍ଗଠନ ହେବା ନିହାତି ଜରୁରୀ। ମୁଁ ଏକଥା ବି ସ୍ବୀକାର କରୁଛି ଯେ, ଲୋକମାନଙ୍କ ଅସୁବିଧା ହେଉଛି। ଏହାକୁ ଅନୁଧ୍ୟାନ କରାଯାଇ ନୂତନ ବ୍ଲକ ଗଠନ ପାଇଁ ସରକାର ପଦକ୍ଷେପ ନେବେ। ବ୍ଲକ ଗଠନରେ ନୀତି ଆୟୋଗ କିମ୍ବା କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri