ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ):
ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ. ୨୬/୨୦୨୦(ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟର ଦଫା ୬୬(ସି) ଓ (ଡି)ରେ ପ୍ରଦୀପଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କ ଜାମିନ୍‌ ନାମଞ୍ଜୁର ହେବାପରେ ତାଙ୍କୁ ଝାରପଡ଼ା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ଲୋକମାନଙ୍କୁ ଟାଟା କମ୍ପାନୀରେ ଚାକିରି ଯୋଗାଇ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଓ ସାଇବର ଅପରାଧ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଆକାଶ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ଅନେକ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ଆକାଶଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏବେ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ଼ କରୁଛି। ଚାକିରି କରାଇବା ନାରେ ବେଆଇନଭାବେ ଟଙ୍କା ଆଦାୟ ଘଟଣାରେ ପ୍ରଦୀପ ସହଯୋଗ କରିବା ଏବଂ ପ୍ରଦୀପଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା ତଥ୍ୟ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ଆକାଶ ଟାଟା କମ୍ପାନୀ ନାମରେ ଯେଉଁ ଠକେଇ କରୁଥିଲେ ସେ ଟଙ୍କା ସିଧାସଳଖ ବିଭିନ୍ନ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଆସୁଥିବା ନେଇ କ୍ରାଇମ୍‌ବ୍ରାଞ୍ଚକୁ ପ୍ରମାଣ ମିଳିଛି। ରବୀନ୍ଦ୍ର କୁମାର ସାହୁ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୭ ଅଗଷ୍ଟରେ ୧୦ ଲକ୍ଷ, ୨୧ ଅଗଷ୍ଟରେ ୫ ଲକ୍ଷ, ସେପ୍ଟେମ୍ବରରେ ୨୦ଲକ୍ଷ ଟଙ୍କା ଓ ଏପରି ଅନେକ ଥର ରବୀନ୍ଦ୍ରଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପଙ୍କ ଆକାଉଣ୍ଟରୁ ତାହା ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା। ସେହିପରି କମ୍ବୋପାଣି ସାହୁ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ସେପ୍ଟେମ୍ବର ୧ରେ ୨୦ ଲକ୍ଷ, ଗୁରୁମୂର୍ତ୍ତୀ ଅଏଲ କମ୍ପାନୀ ପକ୍ଷରୁ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା ଯାହାକି ଉକ୍ତ ସମସ୍ତ ଟଙ୍କାକୁ ପରବର୍ତ୍ତୀ ସମୟରେ ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ସେହିପରି ସେପ୍ଟେମ୍ବର ୨ରେ ଆକାଶଙ୍କ ଆକଉଣ୍ଟକୁ ପ୍ରଦୀପ କାହିଁକି ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଏ ସମସ୍ତ ଦିଗକୁ ନେଇ ପ୍ରଶ୍ନ ପଚାରିବା ପରେ ପ୍ରଦୀପ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏପରିକି ପ୍ରଦୀପଙ୍କ ଆକାଉଣ୍ଟକୁ କିଏ କାହିଁକି ଏତେ ଟଙ୍କା ପଠାଉଥିଲା। ଟଙ୍କା ଟ୍ରାନ୍ସଫର କରୁଥିବା ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଆକାଶଙ୍କ ଆକାଉଣ୍ଟକୁ ଯିବା ବେଳେ ତାହା ଫ୍ଲାଟ ଓ ଜମି ରେଜିଷ୍ଟ୍ରେଶନ କରାଯିବା ନେଇ ଟ୍ରାନ୍ସଫର କରାଯାଉଥିବା କୁହାଯାଉଥିଲା। ଅପରପକ୍ଷରେ ଭିଜିଲାନ୍ସର ଏସ୍‌ଆଇଟି ଟିମ୍‌ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ୪ଟି ଗାଡ଼ିରେ କିଛି ଲୋକ ଆସି ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ପ୍ରଦୀପଙ୍କୁ ନେବାକୁ କହିଥିଲେ। ସ୍ତ୍ରୀ ସୁଜାତା ସାଙ୍ଗରେ ଯିବାକୁ କହିବାରୁ ତାଙ୍କୁ ମନା କରିବା ସହ ଅନ୍ୟ ଏକ ଗାଡ଼ିରେ ପଛରେ ଆସିବାକୁ କହିଥିଲେ। ସେମାନଙ୍କ ସହ ପ୍ରଦୀପ ଗୋଟିଏ କାରରେ ଆଗରେ ଯାଉଥିବା ବେଳେ ସ୍ତ୍ରୀ ପଛରେ ଯାଉଥିଲେ। ହେଲେ ଏକ ଟ୍ରାଫିକରେ ୪ଟି କାର୍‌ ଭିନ୍ନ ଭିନ୍ନ ଦିଗରେ ଚାଲିଯାଇଥିଲା। ଏକ କାର୍‌କୁ ପିଛା କରି ସୁଜାତା ଭୁବନେଶ୍ୱର ଇଓଡବ୍ଲ୍ୟୁ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ବା ପରେ ପ୍ରଦୀପଙ୍କୁ ପାଇ ନ ଥିଲେ। ପ୍ରଦୀପଙ୍କ ଜୀବନ ପ୍ରତି ଭୟ ରହିଛି। ତାଙ୍କୁ ଜଣେ ନକ୍ସଲଙ୍କ ଭଳି ଉଠାଇ ନିଆଯାଇଥିବା ସୁଜାତା ଅଭିଯୋଗ କରିବା ସହ ସ୍ବାମୀଙ୍କର ଯଦି କିଛି ଅସୁବିଧା ହୁଏ, ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସୁଜାତା ଗଣମାଧ୍ୟମ ନିକଟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri