ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧କୋଟି ୧୦ ଲକ୍ଷ ୮୬ ହଜାର ଟଙ୍କାର ପ୍ରକଳ୍ପକୁ ଫକୀରପୁରଠାରେ ବିଧାୟକ ଭାଗୀରଥି ସେଠୀ ଶିଳାନ୍ୟାସ କରିଛନ୍ତି। ୧୧ନଂ.ଓ୍ବାର୍ଡ ଫକୀରପୁରର ପେଣ୍ଠଠାରୁ ବାଲିପଡ଼ା,ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାର ନୂତନ ବିଦ୍ୟୁତ୍‌କରଣ ନିମନ୍ତେ ଏକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି। ସେହିପରି ମହାନଦୀ ବଞ୍ଚାଅ ଅଭିଯାନ କ୍ରମରେ ବୈତରଣୀ ନଦୀପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କରାଯିବା ନିମନ୍ତେ ଟୁକୁଣାଠାରେ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ...

ଥୁଆମୂଳ ରାମପୁର ଥାନା ଘେରାଉ କରି ପୋଲିସ ଉପରେ ପଥର ମାଡ଼ ଘଟଣା: ୧୨ ଜଣଙ୍କୁ ବାନ୍ଧିଲାଣି ପୋଲିସ

ଥୁଆମୂଳ ରାମପୁର,୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଡୁମେରପଦର ଗ୍ରାମର ଲୋକମାନେ ଗତ ୪ତାରିଖରେ ମୋଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ମାତ୍ର ୪ ରନ୍‌ରେ ହାରିଗଲା କୋଲକାତା, ଜିତିଲା ଲକ୍ଷ୍ନୌ

ନୂଆଦିଲୀ,୮।୪: IPL ୨୦୨୫ର ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ୪ ରନ୍‌ରେ ପରାସ୍ତ କରିଛି। ଇଡେନ...

୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଜି.ଉଦୟଗିରି,୮ା୪ (ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଆ ବିଦ୍ୟାର୍ଥୀ ପ୍ରବେଶ ଉତ୍ସବ ଓ ଖଡ଼ି...

ବଲାଙ୍ଗୀର ତହସିଲ ଅଫିସ ମହିଳା କିରାଣୀ ଅସୁସ୍ଥ: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ...

ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ...

ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ

ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image