ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ ମୁମ୍ବାଇର ଏକ ୫ ଷ୍ଟାର ହୋଟେଲରେ ରହୁଛନ୍ତି। ବୁଧବାର ତାଙ୍କୁ ମନାଇବାକୁ କଂଗ୍ରେସ ନେତା ଡି.କେ. ଶିବକୁମାର ପହଞ୍ଚିଥିଲେ। ମାତ୍ର ତାଙ୍କୁ ପୋଲିସ ଭେଟିବାକୁ ଦେଇନାହିଁ। କିନ୍ତୁ ସେ ବିଧାୟକମାନଙ୍କୁ ଭେଟିବାକୁ ହୋଟେଲ ଆଗରେ ଅଡି ବସିଛନ୍ତି। ଫଳରେ ହୋଟେଲ ବାହାରେ ପୋଲିସ ୧୪୪ ଧାରା ଲଗାଯାଇଛି। ସୂଚନାଯୋଗ୍ୟ, ଅସନ୍ତୁଷ୍ଟ ବିଧାୟକମାନେ ପୋଲିସକୁ ଚିଠି ଲେଖି ସେମାନଙ୍କ ପ୍ରତି କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ଶିବକୁମାରଙ୍କଠାରୁ ବିପଦ ରହିଛି ବୋଲି ଜଣାଇଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଛି।