ସାଧାରଣତଃ ଇଞ୍ଜେକ୍ଶନ ନେବାକୁ ଛୁଞ୍ଚି ଆବଶ୍ୟକ ପଡ଼ିଥାଏ। ହେଲେ ବିନା ଛୁଞ୍ଚିରେ କ’ଣ ଇଞ୍ଜେକ୍ଶନ ନେଇହେବ? ଏହାର ଉତ୍ତର ନିଶ୍ଚୟ ନା ଆସିବ। ହେଲେ ଏପରି କଥାକୁ ସତରେ ପରିଣତ କରିଛନ୍ତି ଜାପାନର ଓସାକା ବିଶ୍ୱବିଦ୍ୟାଳୟର ଗବେଷକମାନେ। ସେମାନେ ଏଭଳି ଏକ ଇଞ୍ଜେକ୍ଶନ ପ୍ରସ୍ତୁତ କରିଛନ୍ତି, ଯାହାକୁ ବିନା ଛୁଞ୍ଚିରେ ନେଇହେବ। ବିଶେଷଭାବରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉପକାରୀ ସାବ୍ୟସ୍ତ ହେବ। କେବଳ ସେତିକି ନୁହେଁ, ଶିଶୁମାନଙ୍କ ଟିକା ପାଇଁ ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ। ପରୀକ୍ଷାମୂଳକ ଭାବେ ଏହାକୁ ବ୍ୟବହାର କରି ସଫଳତା ମିଳିଛି ବୋଲି ପ୍ରକାଶିତ ରିପୋର୍ଟରେ ସୂଚିତ କରାଯାଇଛି।