Posted inଭଦ୍ରକ

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ଦ୍ୱାରା ଗାଁରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇପାରେ ବୋଲି ବିଭିନ୍ନ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରବାସୀଙ୍କୁ ୨୧ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାର ନିୟମ ଥିଲା। ସରକାର ଏହାକୁ କୋହଳ କରି ୭ ଦିନକୁ ପରିବର୍ତ୍ତନ କରିଛନ୍ତି। ଫଳରେ ସୋମବାର ଆରଡି ଅଞ୍ଚଳରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୦ରୁ ଅଧିକ ଅନ୍ତେବାସୀ ନିଜ ନିଜ ଗୃହକୁ ଫେରିଛନ୍ତି। ସୁନ୍ଦରପୁରରୁ ୭୫, ଆରଡିରୁ ୩୮, ଓଳଗରୁ ୪୮, ନାନ୍ଦପୁରରୁ ୭୮, ପାଳସାହିରୁ ୫୦, ରଇପୁରରୁ ୫୬, ଶ୍ୟାମସୁନ୍ଦରପୁରରୁ ୬୮ ଜଣ ଘରକୁ ଫେରି ହୋମ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଘରକୁ ଫେରିଥିବା ବହୁ ଅନ୍ତେବାସୀ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ଏପରି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ନିଜ ଘରେ ଅଲଗା ରହିଲେ ମଧ୍ୟ କରୋନା ମୁକ୍ତ କି ନୁହେଁ ଜାଣି ପାରୁ ନାହାନ୍ତି। ତେଣୁ ଯେଉଁମାନେ ବିନା ଟେଷ୍ଟରେ ଘରକୁ ଫେରିଛନ୍ତି ୭ ଦିନ ମଧ୍ୟରେ ସେମାନଙ୍କୁ ଟେଷ୍ଟ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri