ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନରେ। ହେଲେ ଏଥିରୁ ଅନେକ ବ୍ୟବସାୟ ଅଣପଞ୍ଜୀକୃତ ଭାବେ ଚାଲିଥିବା ଅଭିଯୋଗ ହେଉଛି। ଏପରି କି ଏସବୁ ଖାଦ୍ୟର ମାନ କିପରି ତାହା ନା’ ଜାଣିଛନ୍ତି ଗ୍ରାହକ ନା’ ଜନସ୍ବାସ୍ଥ୍ୟ ବିଭାଗ। ଏହାର ଫାଇଦା ଉଠାଇ ବହୁ ବ୍ୟବସାୟୀ ନିମ୍ନମାନର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଥିଲେ ବି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉ ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳର ବିଭିନ୍ନ ବଜାର ପାର୍ଶ୍ୱରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଜଳଖିଆ, ହୋଟେଲ ଓ ଠେଲା ଦୋକାନ ଖୋଲାଯାଇଛି। କେତୋଟି ନିର୍ଦ୍ଦିଷ୍ଟ ଦୋକାନକୁ ଛାଡ଼ି ଦେଲେ ବହୁ ବ୍ୟବସାୟୀ ଖାଦ୍ୟ ପଦାର୍ଥ ପ୍ରତି ଯତ୍ନଶୀଳ ରହୁନାହାନ୍ତି। ଖାଦ୍ୟ ପ୍ରସ୍ତୁତ ବେଳେ ଯେତିକି ସତର୍କତା ଅବଲମ୍ବନ କରିବା କଥା ତାହା ଆଦୌ କରାଯାଉ ନାହିଁ। ଅସ୍ବଚ୍ଛ ତଥା ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଛି। ଗ୍ରାହକଙ୍କୁ ଯେଉଁ ପାତ୍ରରେ ଖାଦ୍ୟ ପରଷା କରାଯାଉଛି ତାହାକୁ ଠିକ୍‌ ଭାବେ ସଫା କରାଯାଉନି। ଅଧିକାଂଶ ଦୋକାନୀ ବାସି ଖାଦ୍ୟକୁ ତା ପରଦିନ ଖାଦ୍ୟରେ ମିଶାଇ ବିକ୍ରି କରୁଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ଯାଇଥିବା ପାଣି ପାଇପର ବହୁ ବ୍ୟବସାୟୀ ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଦୋକାନୀମାନେ ବେଆଇନ ଭାବେ ସଂଯୋଗ ନେଉଛନ୍ତି ନଚେତ ପାଇପ୍‌ ଫୁଟାଇ ଦୋକାନ ପାଇଁ ପାଣି ସଂଗ୍ରହ କରୁଛନ୍ତି। ଫଳରେ ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ପରିବେଶରେ ପାଣି ନିଆଯାଉଥିବାରୁ ଏହା ବିଭିନ୍ନ ରୋଗର କାରଣ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଏପରି କାର୍ଯ୍ୟକଳାପ ବାବଦରେ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ବି ବିଭାଗ ପକ୍ଷରୁ ଯାଞ୍ଚ ହେଉନାହିଁ। ଯେକୌଣସି ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକୃତ କରିବାର ନିୟମ ରହିଛି। ମାତ୍ର ସହରର ବହୁ ବ୍ୟବସାୟୀ ଉକ୍ତ ନିୟମ ପାଳନ କରୁ ନ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ଚାଲିଛି। ସହରରେ କେତୋଟି ଦୋକାନ ପଞ୍ଜୀକୃତ ଏବଂ ବର୍ଷରେ କେତେ ଥର ଖାଦ୍ୟ ପଦାର୍ଥ ମାନ ଯାଞ୍ଚ ହୋଇଛି ସେ ନେଇ ବିଭାଗ ପାଖରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଅନୁଗୋଳରେ ଥିବା ଖାଦ୍ୟ ଇନ୍ସପେକ୍ଟର ହରପ୍ରିୟା ବେହେରା କହିଛନ୍ତି, ୬ ମାସ ହେବ ମାଟରନିଟି ଲିଭ୍‌ରେ ଥିଲି। ତେଣୁ ଏହି ୬ ମାସ ମଧ୍ୟରେ କ’ଣ ହୋଇଛି ଜାଣି ନାହିଁ। ସହରରେ ଥିବା କିଛି ଦୋକାନ ପଞ୍ଜୀକରଣ କରିଛନ୍ତି। ମୋ ଅନୁପସ୍ଥିତିରେ କେନ୍ଦୁଝରରେ ଥିବା ଖାଦ୍ୟ ଇନ୍ସପେକ୍ଟର ଅନୁଗୋଳ ଦାୟିତ୍ୱରେ ଥିଲେ। ସେ କ’ଣ କରିଛନ୍ତି ସେ ସମ୍ପର୍କରେ ଅନୁଧ୍ୟାନ କରିବି। ଖାଦ୍ୟର ମାନ ଠିକ୍‌ ରଖିବା ଓ ପଞ୍ଜୀକରଣ କରିବା ସମ୍ପର୍କରେ ଦୋକାନୀମାନଙ୍କୁ ସଚେତନ କରିବାକୁ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଯେଉଁଠୁ ବି ଅଭିଯୋଗ ଆସୁଛି ସେଠାରେ ଅନୁଧ୍ୟାନ କରାଯାଉଛି ବୋଲି ବେହେରା କହିଛନ୍ତି। ଏଡିଏମ୍‌ଓ ପିଏଚ୍‌ ରାକେଶ ସାହୁ କହିଛନ୍ତି, ସହରରେ ହଜାରେ ପାଖାପାଖି ଦୋକାନ ପଞ୍ଜୀକରଣ ହୋଇଛି। ଖାଦ୍ୟ ଇନ୍ସପେକ୍ଟର ନ ଥିବାରୁ ନିୟମିତ ଚଢ଼ାଉ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ...

ଧାନବିଲରେ ପଡ଼ିଛି ହାତୀର ମୃତଦେହ

ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା...

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

କାର୍‌ ସହ କେନାଲରେ ବୁଡ଼ିଗଲେ ଯୁବକ

ଫୁଲନଖରା,୨୫।୯(ସତ୍ୟରଞ୍ଜନ ଦାସମହାପାତ୍ର):କଟକ ଜିଲା ସଦର ଥାନା ଅନ୍ତର୍ଗତ ନୂଆ କାଚରାମାଳଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା। ଏଥିରେ...

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri