ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍-କରୋନା ଭାଇରସ୍ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍ଡାଉନ୍ ଲାଗୁ କରାଯିବା ସହ ବିନା ମାସ୍କରେ ବାହାରେ ବୁଲୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିନା ମାସ୍କରେ ବୁଲୁଥିବା ୭ ଜଣ ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦାୟ କରାଯାଇଥିବା ଏହି ଜରିମାନା ଟଙ୍କାକୁ ରେଡ୍କକ୍ରସ୍ ପାଣ୍ଠିରେ ଜମା କରାଯାଇଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।