ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରୁଥିବା ବିରୋଧୀଙ୍କୁ ଆଉ ଏକ ଝଟ୍କା ଲାଗିଛି। ସୋମବାର ଦିଲ୍ଲୀରେ ଆୟୋଜିତ ବୈଠକରେ ଆମ୍ ଆଦମୀ ପାର୍ଟି(ଏଏପି) ଯୋଗଦେବ ନାହିଁ ବୋଲି କହିଛି। ଏହା ପୂର୍ବରୁ ଏହି ବୈଠକରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଯୋଗଦେବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଥିବା ବେଳେ ବିଏସ୍ପି ସୁପ୍ରିମୋ ମାୟାବତୀ ମଧ୍ୟ କହିଥିଲେ କି ବିରୋଧୀ ମେଳିରେ ବହୁଜନ ସମାଜ ପାର୍ଟି(ବିଏସ୍ପି) ମଧ୍ୟ ଯୋଗ ଦେବ ନାହିଁ। ସୂଚନାଯୋଗ୍ୟ, ସିଏଏକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏହାକୁ ନେଇ କଂଗ୍ରେସ ସମାନ ବିଚାରଧାରା ଥିବା ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଡକାଇଛି।