ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ ଅଫିସ,୨୩-୧୦:ଶ୍ରୀମନ୍ଦିର ଗର୍ଭଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ବିପଦରେ ରହିଛି ଗର୍ଭଗୃହ। ଏହାର କାନ୍ଥରେ ଫିମ୍ପି ଲାଗିଥିବାବେଳେ ଧଳାଛାପର ଚିହ୍ନ ମାଡ଼ିିଗଲାଣି। ଏପରି କି ବର୍ଷତମାମ୍‌ ଦୀପ ଜଳିବା ଦ୍ୱାରା କାନ୍ଥ କଳା ପଡ଼ିଛି। ପୁଣି ଗର୍ଭଗୃହର ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାବେଳେ ଏସି ଯୋଗୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ପୂର୍ତ୍ତ ବିଭାଗ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ମଙ୍ଗଳବାର ଚିଠି ଲେଖି ଅବଗତ କରାଇଛି। ଗତ ଜୁଲାଇ ୬ତାରିଖରେ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟମାନେ ମିଳିତ ଭାବେ ଗର୍ଭଗୃହର ତଳ ଓ ପ୍ରଥମ ମହଲା, ଜଗମୋହନ, ବେହେରଣ ଦ୍ୱାର, ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିିଛି। ଯାଞ୍ଚ ସରିବା ପରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଗର୍ଭଗୃହ ଯାଞ୍ଚ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକର ନିର୍ଯାସକୁ ଆଧାର କରି ବିଭାଗ ଏଏସ୍‌ଆଇକୁ ଚିଠି ଲେଖିଛି।
ଉକ୍ତ ଚିଠିରେ ଦର୍ଶାଯାଇଛି, ଗର୍ଭଗୃହ ଚଟାଣର ଗୋଟିଏ ମିଟର ଉଚ୍ଚ ପର୍ଯ୍ୟନ୍ତ କାନ୍ଥରେ ଧଳାଛାପ ମାଡ଼ିିଗଲାଣି। ଏପରି କି ରତ୍ନସିଂହାସନ ପଛ କାନ୍ଥରେ ଫିମ୍ପି ଲାଗିଯାଇଛି। ଭିତର କାନ୍ଥ ବି ଓଦାଳିଆ ରହୁଛି। ଗର୍ଭଗୃହ ନଳାରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ବର୍ଷକୁ ମାତ୍ର ଥରେ ନଳା ସଫା କରାଯାଉଥିବା ବେଳେ ବର୍ଷତମାମ୍‌ ପାଣି ଜମି ରହୁଛି। ଅନ୍ୟପକ୍ଷରେ ପୂଜା ବିଧି ପାଇଁ ବର୍ଷଯାକ ଗର୍ଭଗୃହରେ ଦୀପ ଜଳା ଯାଉଥିବାରୁ ତଳ ମହଲା କାନ୍ଥ, କନକମୁଣ୍ଡି କାଠ ଫ୍ରେମ୍‌ (ସିଂହାସନ ଉପର ଭାଗ)ରେ କଳା ଆସ୍ତରଣ ଜମିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ବାତ୍ୟା ଫନୀ ସମୟରେ ମଧ୍ୟ ଗର୍ଭଗୃହରେ ପାଣି ଲିକ୍‌ କରିଥିବା ସେବାୟତ ଏବଂ ଯାଞ୍ଚ କମିଟି ସଦସ୍ୟଙ୍କ ନଜରକୁ ଆସିଥିଲା। ଭିତରକାଠରେ ଲାଗିଥିବା ଏସି ମଧ୍ୟ ସମସ୍ୟା ବଢାଉଛି। ଶ୍ରୀମନ୍ଦିରରେ ଏସି ବ୍ୟବହାରକୁ ଏଏସ୍‌ଆଇ ବାରଣ କରିଥିବାବେଳେ ଗର୍ଭଗୃହରେ ପାଣି ନିଷ୍କାସନ ଉପରେ ଗୁରୁତ୍ୱ ଦେଇଛି। ଏଏସ୍‌ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ କୁମାର ମଲ୍ଲିକ କହିଛନ୍ତି, କାନ୍ଥରେ ଯେଉଁ ଆଦର୍‌ରତା ରହୁଛି ତାହାର ଗୋଟିଏ କାରଣ ଏସି ହୋଇଥାଇପାରେ। ଗର୍ଭଗୃହରୁ ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାରୁ କାନ୍ଥ ଓଦାଳିଆ ରହୁଥାଇପାରେ। ଶ୍ରୀମନ୍ଦିରର ନିର୍ମାଣଶୈଳୀ ପାଇଁ ଏସି ଠିକ୍‌ ନୁହେଁ ବୋଲି ମଲ୍ଲିକ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଯାଞ୍ଚ କରାଯାଇଥାଏ। ଏଥର ପୂର୍ତ୍ତ ବିଭାଗ ଏଏସ୍‌ଆଇକୁ ଯେଉଁ ଅବଗତ କରାଇଛି ତାହା ଉପରେ କି ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri