ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବି: ଦିନସାରା ଏନ୍‌ଜେନ୍‌ କର୍ମଚାରୀ ଅଟକ

ଭାପୁର, ୧୫।୯(ଡି.ଏନ୍‌.ଏ.) – ଉଜ୍ଜ୍ୱଳା ବଲ୍‌ବ ପ୍ରଦାନ, ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା ଶନିବାର ଦିନତମାମ ଏନ୍‌ଜେନ୍‌ କର୍ମଚାରୀଙ୍କୁ ଅଟକ ରଖିଥିଲେ। ୭ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେସୁ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନରେ ଏନ୍‌ଜେନ୍‌ କର୍ମଚାରୀ ଛାଡ଼ ପାଇଥିଲେ।
ଏନ୍‌ଜେନ୍‌ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ସୂତାର, ଏମ୍‌ଆର୍‌ଟି ଏସ୍‌ଡିଓ ଶକ୍ତି ମଲ୍ଲିକ, ଲାଇନମ୍ୟାନ ମାନସ ପୃଷ୍ଟି ଶନିବାର ପୂର୍ବାହ୍ନ ୧୦ଟାରେ ମିଟର ରିଡିଂ ପାଇଁ ଯାଇଥିବାବେଳେ ଗ୍ରାମର ମହିଳା ସେମାନଙ୍କୁ ଘେରିଥିଲେ। ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ବଲ୍‌ବ ମିଳୁ ନ ଥିବା ସେମାନେ ଅଭିଯୋଗ କରିବା ସହ ଗ୍ରାମର ବିପିଏଲ୍‌ ପରିବାର ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ହୋଇଥିବା କହିଥିଲେ। ତେବେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ବଲ୍‌ବ ପ୍ରଦାନ କରାଯାଉଛି ଏବଂ ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାୟିତ୍ୱ ସେସୁର ବୋଲି କନିଷ୍ଠ ଯନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ। ଏହାସତ୍ତ୍ୱେ ଗ୍ରାମବାସୀ ମାନି ନ ଥିଲେ। ଭାପୁର ଫାଣ୍ଡି ଏସ୍‌ଆଇ ପ୍ରଶାନ୍ତ ପଢ଼ିଆରୀ, ଏଏସ୍‌ଆଇ ପଦ୍ମନାଭ ସାହୁ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅପରାହ୍ନ ୫ଟାରେ ସେସୁ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ସ୍ବାଇଁ ପହଞ୍ଚତ୍ ୭ଦିନ ମଧ୍ୟରେ ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ

ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି ।...

ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍‌

ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍‌ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି।...

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ...

ରେଳ ଧାରଣା ପାର୍‌ ହେଉଥିବାବେଳେ ମାଲଗାଡ଼ି ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ,୨ । ୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର...

ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ...

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର...

ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି।...

ବାବାଙ୍କୁ ଉଠାଇନେଲା ପୋଲିସ, ଆଶ୍ରମରେ କରୁଥିଲେ…

ଢେଙ୍କାନାଳ,୧୨।୧୦: ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆଶ୍ରମରୁ ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେଇ ଅଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri